ପ୍ରକଳ୍ପ ନେଇ କଂଗ୍ରେସର ତାଗିଦ୍

0

ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ପୋଲାଭରମ ପ୍ରକଳ୍ପକୁ ନେଇ ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ରଙ୍କ ନେତୃତ୍ବରେ ସାମ୍ବିଦକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ‌। ପୋଲାଭରମକୁ ନେଇ ବିଜେପିକୁ ଉତ୍ତର ଦେଇଛି।୨୦୦୪ ମସିହାରେ କଂଗ୍ରେସ ପୋଲାଭରମ ପ୍ରକଳ୍ପ ପାଇଁ ଟଂକା ମଞ୍ଜୁର କରିଥିଲେ।ଉଦେଶ୍ୟ ଥିଲା ପାନୀୟ ଜଳ,କୃଷି ଓ ବିଦ୍ୟୁତ ପ୍ରକଳ୍ପ ପାଇଁ ଏହି ପ୍ରୋଜେକ୍ଟ ବିଶେଷ ଲାଭଦାୟକ ହେବ।କିନ୍ତୁ ୨୦୧୪ରେ ମୋଦୀ ସରକାର ଏହାକୁ ଜାତୀୟ ପ୍ରକଳ୍ପ ବୋଲି ଘୋଷଣା କରିଥିଲେ।ଏଥିସହ ଏହି ପ୍ରକଳ୍ପ କାର୍ଯ୍ୟକୁ ଆଗକୁ ବଢାଇବାକୁ ସହଯୋଗ କରିଥିଲେ।ଯାହାଫଳରେ ପୋଲାଭରମ ଦ୍ବାରା ଏବେ ଛତିଶଗଡ ଏବଂ ମାଲାକନଗିରି ଜିଲ୍ଲାର ବହୁ ଅଂଚଳ କ୍ଷତିଗ୍ରସ୍ତ ହେବ।ଗତବର୍ଷ ଗୋଦାବରୀର ତଳିଆ ଅଂଚଳର ପାଣି ମାଲକାନଗିରିର ମୋଟୁ ଅଂଚଳରେ ପଶିବା ଫଳରେ ବହୁ ଗ୍ରାମ ଜଳମଗ୍ନ ହୋଇଥିଲା।

ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହି ନିଜର ଦୋଷ ଲୁଚାଇବାକୁ ଯାଇ କଂଗ୍ରେସ ଉପରେ ଦୋଷ ଲଦୁଥବା କହିଛନ୍ତି କଂଗ୍ରେସ। ପୋଲାଭରମ ପ୍ରକଳ୍ପ ରେ ପ୍ରଭାବିତ ହେଉଥିବା ଲୋକଙ୍କୁ ଚିହ୍ନଟ କରି ତାଙ୍କର ଥଇଥାନ ସହିତ କ୍ଷତିପୂରଣ ଦାବୀ କରିଛନ୍ତି କଂଗ୍ରେସ।

 

LEAVE A REPLY

Please enter your comment!
Please enter your name here