ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସମ୍ବିଧାନ ନିର୍ମାତାଙ୍କୁ ଭୂରି ଭୂରି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସେ ଆହୁରି କହିଛନ୍ତି, ସମ୍ବିଧାନକୁ ସଶକ୍ତ କରିବାରେ ନାରୀଶକ୍ତି ପ୍ରମୁଖ ଭୂମିକା ତୁଲାଇଛନ୍ତି । ଆରମ୍ଭରୁ ସମ୍ବିଧାନ ମହିଳାଙ୍କୁ ଭୋଟଦାନ ଅଧିକାର ଦେଇଛି । ଏଥିପାଇଁ ଆମେ ନାରୀଶକ୍ତି ବନ୍ଧନ ନିୟମ ପ୍ରଣୟନ କରିଛୁ । ଆଜି ଜଣେ ଆଦିବାସୀ ମହିଳା ଆମ ଦେଶର ରାଷ୍ଟ୍ରପତି । ସବୁକ୍ଷେତ୍ରରେ ମହିଳାଙ୍କ ଅବଦାନ ବଢ଼ିବାରେ ଲାଗିଛି । ସଂସଦରେ ପ୍ରତିନିଧିତ୍ୱ ବଢ଼ିଛି । କ୍ରୀଡ଼ା, ମହାକାଶ ବିଜ୍ଞାନରେ ବି ବଢ଼ିଛି । ଆମ ସମ୍ବିଧାନ ହେଉଛି ଭାରତୀୟ ଏକତାର ପ୍ରତୀକ । ସଂସଦରୁ ବିରୋଧିଙ୍କୁ ଟାର୍ଗେଟ କଲେ ମୋଦୀ । କହିଲେ, କେତେଜଣ ବିବିଧତାରେ ବିରୋଧାଭାଷ ଖୋଜନ୍ତି । କିଛି ଲୋକ ବିବିଧତାରେ ବିଷ ମିଶାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି l