ଭୁବନେଶ୍ୱର ସାଂସଦ ପଦ ପାଇଁ ପ୍ରତିଯୋଗିତା, ଜନତାଙ୍କ ମୈଦାନରେ ଅପରାଜିତା-ଶ୍ରୀମୟୀ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ନିର୍ବାଚନକୁ ଆହୁରି କିଛି ମାସ ବାକି ଅଛି । ନା’ ତାରିଖ ଘୋଷଣା ହୋଇଛି, ନା’ ପ୍ରାର୍ଥୀ ଘୋଷଣା ହୋଇଛନ୍ତି । କିନ୍ତୁ ତା’ ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରତିଦ୍ୱନ୍ଦିତା ।
ନିର୍ବାଚନ ଯେତିକି ପାଖେଇ ଆସୁଛି ଅପରାଜିତାଙ୍କ କାର୍ଯ୍ୟକ୍ରମର ମାତ୍ରା ବଢ଼ି ବଢ଼ି ଚାଲିଛି,ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ବି ନଜର ଆସୁଛନ୍ତି ଅପରାଜିତା । । କିନ୍ତୁ ବଡ଼ କଥା ହେଉଛି କ୍ରିକେଟ୍ ମୈଦାନରେ ବାଉଣ୍ଡ୍ରି ମାରୁଥିବା ଅପରାଜିତାଙ୍କ ପ୍ରଦର୍ଶନ ରାଜନୀତିର ମୈଦାନରେ ଏଥର କେମିତି ରହିବ ତା’ର ହିସାବ ଜନତା ଦେବେ । ବିଜେପି ନେତ୍ରୀ ଅପରାଜିତା କେବଳ ଯେ, ଅଭିଯାନ ଆରମ୍ଭ କରି ଦେଇଛନ୍ତି ଏହା କହିଲେ ହୁଏତ ଭୁଲ୍ ହୋଇଯିବ । ସମାନ ଢ଼ଙ୍ଗରେ ଜନତାଙ୍କ ମେଳରେ ଘୁରି ବୁଲୁଛନ୍ତି, ବିିଜେଡିର ଏମପି ଟିକେଟ୍ ଆଶାୟୀ ଶ୍ରୀମୟୀ ମିଶ୍ର । ଯୁବପୀଢ଼ିଙ୍କ ମେଳରେ ବ୍ୟାଡମିଣ୍ଟନ ଓ କ୍ରିକେଟ୍ ଖେଳୁଛନ୍ତି, ଲୋକଙ୍କୁ ଭେଟୁଛନ୍ତି । କେବଳ ସେତିକି ନୁହେଁ ଭୁବନେଶ୍ୱରରେ ବିଜେଡିର ସମସ୍ତ ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ନଜର ଆସୁଛନ୍ତି ଶ୍ରୀମୟୀ । ବିଜେଡି ଓ ବିଜେପିର ଏହି ପ୍ରତିଯୋଗିତା ଭିତରେ କିନ୍ତୁ କଂଗ୍ରେସ ନିଜର ରଣନୀତିକୁ ଏବେ ବି ଗୋପନ ରଖିଛି । ଭୁବନେଶ୍ୱରରରେ ମହିଳା ପ୍ରାର୍ଥୀଙ୍କୁ ଓହ୍ଲାଇବ ନା’ କୌଣସି ପୁରୁଷ ପ୍ରାର୍ଥୀଙ୍କୁ ଟିକେଟ୍ ଦେବ ତାହା ସ୍ପଷ୍ଟ ହୋଇନି । କିନ୍ତୁ ଭୁବନେଶ୍ୱରର ପ୍ରକୃତ ଭୋଟର କୁହାଯାଉଥିବା ବସ୍ତି ଲୋକଙ୍କ ସହ ଲୋକସମ୍ପର୍କ ବଢ଼ାଇବା ପାଇଁ ବସ୍ତି ବିକାଶ ଅଭିିଯାନ ଜାରି ରଖିଛି ଦଳ । ତେବେ ତିନୋଟି ନାଁ- ରଶ୍ମୀ ମହାପାତ୍ର, ମଧୁସ୍ମିତା ଆଚାର୍ଯ୍ୟ ଏବଂ ଶିବାନନ୍ଦ ରାୟଙ୍କୁ ନେଇ ଅଧିକ ଚର୍ଚ୍ଚା ହେଉଛି ।ଗୋଟିଏ କଥା ସ୍ପଷ୍ଟ ଯେ, ଗତ ନିର୍ବାଚନ ଭଳି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ କୌଣସି ଦଳର ସହ ମେଣ୍ଟ କରିବନି କଂଗ୍ରେସ । ତେବେ, ନିର୍ବାଚନ ପୂର୍ବରୁ ପ୍ରାର୍ଥୀ ହେବା ପାଇଁ ନେତା ଉଦ୍ୟମ କରିବା ଏବଂ ଲୋକଙ୍କ ସହ ଯୋଡ଼ି ହେବା ପାଇଁ ଉଦ୍ୟମ କରିବା ସ୍ୱାଭାବିକ୍ ଘଟଣା । କିନ୍ତୁ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ, ନେଇ ନିଷ୍ପତି ଦଳର ମୁଖ୍ୟଙ୍କ ହାତରେ ।

 

LEAVE A REPLY

Please enter your comment!
Please enter your name here