ଠିକାଦାରଙ୍କ ମନମାନି, ବର୍ଷାରେ ହେଉଛି ପିଚୁ ରାସ୍ତା କାମ

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଠିକାଦାରଙ୍କ ମନମାନି ଦେଖିବାକୁ ମିଳିଛି । ସହରରେ ଆଜି ଅପରାହ୍ନ ଠାରୁ ବର୍ଷା ଲାଗି ରହିଛି । ସେପଟେ ଲାବଣ୍ୟଗଡ ଠାରୁ ରାୟଗଡ ଜିଲ୍ଲା ସୀମାନ୍ତ ପର୍ଯ୍ୟନ୍ତ ରାସ୍ତାର କାମ ମଧ୍ୟ ଜାରି ରହିଛି ।

ତେବେ ପାରଳାଖେମୁଣ୍ଡି ସହରର ଫରେଷ୍ଟ ଗେଟ୍ ଛକରେ ବର୍ଷା ସମୟରେ ପିଚୁ ରାସ୍ତା କାମ ଚାଲୁ ରହିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ମନା କରିଲା ପରେ ମଧ୍ୟ ଠିକାଦାର ନାଲି ଆଖି ଦେଖାଇ କାମ ଜାରୀ ରଖିଥିବାର ଜଣାପଡିଛି । ଏପରି ପରିସ୍ଥିତିରେ ରାସ୍ତା ନିର୍ମାଣ କରାଯାଉଥିବାରୁ ଏହି ରାସ୍ତାର ସ୍ଥାୟୀତ୍ବକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here