ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ହରିଶ୍ଚନ୍ଦ୍ର ଯୋଜନାରେ ଦୁର୍ନୀତି. ଅଭିଯୋଗ, ଏଭଳି କିଛି ଅଭିଯୋଗ ଆଣିଛନ୍ତି ସେହି ପଞ୍ଚାୟତର ଜନ ପ୍ରତିନିଧି, ତାହା ବି ଆଉ ଜଣେ ଜନ ପ୍ରତିନିଧି ଙ୍କ ବିରୋଧରେ, ଗଜପତି ଜିଲ୍ଲା କାଶୀନଗର ବ୍ଳକ ଅନ୍ତର୍ଗତ କେ ସୀତାପୁର ଗ୍ରାମ ପଞ୍ଚାୟତରୁ ଆସିଛି ଏଭଳି ଅଭିଯୋଗ, ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ବାଟମାରଣା ହେଉଥିବା ହିତାଧିକାରୀ ଓ ଓ୍ବାର୍ଡ ମେମ୍ବର ମାନେ ସରପଞ୍ଚଙ୍କ ବିରୋଧରେ ଅଭିଯୋଗ କରିଛନ୍ତି , ପଞ୍ଚାୟତ କାର୍ଯ୍ୟାଳୟ ର ସଭା ଗୃହ ରେ ଓ୍ବାର୍ଡ ମେମ୍ବର ଓ ସରପଞ୍ଚଙ୍କୁ ନେ଼ଇ ବୈଠକ ରଖାଯାଇଥିଲା । ଉକ୍ତ ବୈଠକ ପାଇଁ ପୂର୍ବରୁ ସମସ୍ତଙ୍କୁ ସୂଚନା ମଧ୍ୟ ଦିଆଯାଇଥିଲା । ବୈଠକରେ ସମସ୍ତ ୱର୍ଡ ମେମ୍ବର ଉପସ୍ଥିତ ରହିଥିବା ବେଳେ ସରପଞ୍ଚ କେ ତେଜେଶ୍ୱର ରାଓ ଅନୁପସ୍ଥିତ ଥିଲେ । ୱାଡ ମେମ୍ବର ମାନଙ୍କ କହିବା ଅନୁସାରେ ସରପଞ୍ଚ ପଞ୍ଚାୟତର ଅନେକ ଉନ୍ନୟନମୂଳକ କାର୍ଯ୍ୟ ୱାର୍ଡ ସଭ୍ୟ ମାନଙ୍କ ଅଗୋଚରରେ ବିନା ସୁଚନା ମାଧ୍ୟମରେ ମନୋମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ କରିଥିବା ବେଳେ , ୱାର୍ଡ଼ ମେମ୍ବର ମାନେ ସରକାର ଙ୍କ ଦ୍ବାରା ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ମୃତ୍ୟ ବ୍ୟକ୍ତି ଙ୍କ ନାମରେ ଆସୁଥିବା ଅର୍ଥ ରାଶିକୁ ନିଜେ ସରପଞ୍ଚ ମହାଶୟ ହଡଫ କରୁଥିବା ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ରାଜ୍ୟ ସରକାର ଗରିବ କଲ୍ୟାଣ ଯୋଜନା ମଧ୍ୟମରେ ମୃତକଙ୍କ ପରିବାର ଙ୍କୁ 3000 ଟଙ୍କା ଶୁଦ୍ଧିକ୍ରିୟା ପାଇଁ ସହାୟତା ରାଶି ଦେଉଥିବା ବେଳେ ସରପଞ୍ଚ ମାତ୍ର 2000 ହଜାର ଟଙ୍କା ଦେଉଥିବା ଅଭିଯୋଗ କରିଛନ୍ତି ୱାର୍ଡ ସଭ୍ୟ ଏବଂ ଗ୍ରାମ ବାସୀ । ତେବେ ଅଭିଯୋଗ ପ୍ରକାରେ କେ ସୀତାପୁର ପଞ୍ଚାୟତର ସରପଞ୍ଚଙ୍କ ସହ ଯୋଗାଯୋଗ କରିଥିଲେ ସୁଦ୍ଧା କୈାଣସି ପ୍ରତିକ୍ରିୟା ମିଳିପାରିନାହିଁ ।ପ୍ରଶାସନ ଏ ଦିଗରେ ତଦନ୍ତ କରି ସତ୍ୟାସତ୍ୟ ବାହାର କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି ।