ମାଓ କ୍ୟାମ୍ପରୁ ଜାଲି ନୋଟ ସହ ନୋଟ ଛପା ମେସିନ ଜବତ
ମାଲକାନଗିରି ( ବିପ୍ଲବୀ ପରିକ୍ରମା ):- ମାଲକାନଗିରି ମାଓ ଶିବିରରେ ଛପା ହେଉଛି ନକଲି ନୋଟ୍ । ଅସ୍ତ୍ର ଶସ୍ତ୍ର ବଦଳରେ ଲାଲ୍ ବାହିନି ଏବେ ତିଆରି କରୁଛନ୍ତି ନକଲି ଟଙ୍କା । ଛତିଶଗଡରେ ଲଗାତର ଭାବେ ଚାଲିଥିବା ନକ୍ସଲ ବିରେଧି ଅପରେସନ ପରେ ଦୁର୍ବଳ ହୋଇ ପଡିଛି ମାଓ ସଂଗଠନ । କୁହା ଯାଉଛି ଯେ ବାହାର ଫଣ୍ଡିଂ ବନ୍ଦ ହେବା ପରେ ଏବେ ଖାଦ୍ୟ ସାମଗ୍ରୀ କିଣିବା ଲାଗି ମଧ୍ୟ ମାଓବାଦୀଙ୍କ ପାଖରେ ଟଙ୍କା ନାହି । ତେଣୁ ନକଲି ଟଙ୍କା ତିଆରି କରି ଏବେ ହାଟ ବଜାରକୁ ଯାଉଛନ୍ତି ଲାଲ୍ ବାହନି । ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାର ଏକ ମାଓ ଶିବିର ଉପରେ ଚଢାଉ କରି ଏସବୁ ଖୁଲାସା କରିଛନ୍ତି ସୁକୁମା ଏସ.ପି. । ଗତ କାଲି ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ହୋଇଛି ବଡ ଧରଣର ମାଓ ବିରୋଧି ଅପରେସନ ।
ପ୍ରଥମ ଥର ଲାଗି ମାଓ ଶିବିରରୁ ଅସ୍ତ୍ର ଶସ୍ତ୍ର ଓ ଗୋଳା ବାରୁଦ ସହ ମିଳିଛି ନକଲି ଟଙ୍କା ତିଆରି କରିବା ମେସିନ ଓ ଅନ୍ୟାନ୍ୟ ଉପକରଣ । ଟିକିଏ ଭଲ ଭାବେ ଦେଖନ୍ତୁ ଏହି ଦୃଶ୍ୟକୁ ୫୦ ଟଙ୍କା ଠାରୁ ଆରମ୍ଭ କରି ୧୦୦, ୨୦୦ ଓ ୫୦୦ ଟଙ୍କା ପରି ସବୁ ନୋଟ ଛପା ଯାଉଥିଲା ଏହି ନକ୍ସଲ କେମ୍ପରେ । ବେଶ କିଛି ଦିନ ଧରି ଅର୍ଥ ଅଭାବରେ ପିଡିତ ଥିବା ଲାଲ୍ ବାହିନି ବଜାରରେ ନକଲି ନୋଟ ବ୍ୟବହାର କରୁଥିଲେ । କୋଣ୍ଟା ଥାନା ଅନ୍ତର୍ଗତ କୋରାଜଗୁଡା ଜଙ୍ଗଲ ଭିତରେ ଚାଲିଥିବା ଏକ ମାଓ କ୍ୟାମ୍ପ ଉପରେ ସି.ଆର.ପି.ଏଫ, ଡି.ଆର.ଜି ଓ ବସ୍ତର ଫାଇଟରସ୍ ର ଜବାନ ମାନେ ମିଳିତ ଭାବେ ଚଢାଉ କରି ଏମିତି କିଛି ଖୁଲାସା କରିଛନ୍ତି ସୁକୁମା ଏସ.ପି. କିରନ ଚୌହାନ । କେବଳ ବନ୍ଦୁକ ଓ ବୁଲେଟ ନୁହେ ମାଓ ଶିବିରରୁ ମିଳିଛି ମାଳ ମାଳ ମାଓ ସାମଗ୍ରୀ । ହେଲେ ପୁର୍ବରୁ ଏମିତି ଅନେକ ଦୃଶ୍ୟ ଆପଣ ମାନେ ଦେଖିଛନ୍ତି । ହେଲେ ପ୍ରଥମ ଥର ଲାଗି ମାଓ କ୍ୟାମ୍ପରୁ ଯାହା ମିଳିଛି ତାହା ସମସ୍ତଙ୍କୁ ଚକିତ କରି ଦେଇଛି । ଭାରି ମାତ୍ରାରେ ନକଲି ଟଙ୍କା ସହ ୨୦୦ ବୋତଲ ନୋଟ ତିଆରି କରିବା କଲର ମିଳିଛି ମାଓ କ୍ୟାମ୍ପରୁ । ଟଙ୍କା ତିଆରି କରିବା ମେସିନ ସହ ସମସ୍ତ ଉପକରଣ ଜବତ କରିଛି ସୁକୁମା ପୋଲିସ ।
୨୦୨୨ ମସିହା ଠାରୁ ମାଓ ସଂଗଠନ ପକ୍ଷରୁ ପର୍ଯ୍ୟାୟ କ୍ରମେ କିଛି ବଚ୍ଛା ବଚ୍ଛା ନକ୍ସଲ କେଡର ମାନଙ୍କୁ ଟଙ୍କା ତିଆରି କରିବା ଲାଗି ତାଲିମ ଦିଆ ଯାଉଥିଲା । ଯେତେ ବେଳେ ବନ୍ଧୁକର ବୁଲେଟରେ ଆଉ ପାରିଲେ ନାହି ସେତେ ବେଳେ ଭାରତର ଅର୍ଥ ବ୍ୟବସ୍ତାକୁ ମାଓବାଦି ମାନେ ଦୁର୍ବଳ କରିବାକୁ ଚାହୁଛନ୍ତି ବୋଲି ସୁକୁମା ଏସ.ପି. କହିଛନ୍ତି । ମାଓ ଶିବିରରୁ ଟଙ୍କା ଛପା ମେସିନ ଜବତ କରିବା ସହ କିଛି ମାଓବାଦୀଙ୍କୁ ମଧ୍ୟ ଗିରଫ କରିଛି ସୁକୁମା ପୋଲିସ । ହେଲେ ସେମାନଙ୍କ ଖୁଲାସା ବର୍ତ୍ତମାନ ସୁଦ୍ଧା କରାଯଇନାହି । କାରଣ ଏମାନଙ୍କ ଚେର କେତେ ଦୁର ପର୍ଯ୍ୟନ୍ତ ଲମ୍ବିଛି ଓ ଟଙ୍କା ତିଆରି କରିବା ପେପର ଠାରୁ ଆରମ୍ଭ କରି ଅନ୍ୟ ସବୁ ଉପକରଣ ମାଓବାଦୀଙ୍କୁ କିଏ ଯୋଗାଉଥିଲା ତାହାର ତଦନ୍ତ କରୁଛି ସୁକୁମା ପୋଲିସ l