ଦେଶର ପ୍ରଥମ ଭୂ-ଲମ୍ବ ଲିଫ୍ଟ ସମୁଦ୍ର ସେତୁ ‘ପାମ୍ବନ ବ୍ରିଜ୍’ ଉଦଘାଟିତp🙏🏻

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଦକ୍ଷିଣଭାରତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ଼ ଭେଟି । ରାମେଶ୍ୱରମ-ପାମ୍ବନ ମଧ୍ୟରେ ରେଳ ସେତୁକୁ ଉଦଘାଟନ କରିଛନ୍ତି ମୋଦୀ । ଦେଶ ଦେଖିଲା ଇଞ୍ଜିନିୟରିଂ ଚମତ୍କାରିତା । ସମୁଦ୍ର ଗର୍ଭରେ ତିଆରି ହୋଇଛି ବ୍ରିଜ୍ l ତାମିଲନାଡୁରେ ୮,୩୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ପ୍ରକଳ୍ପର ଶିଳାନ୍ୟାସ । ଦକ୍ଷିଣ ଭାରତକୁ ବଡ଼ ଭେଟି ମିଳିଛି ରାମ ନବମୀରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡୁର ରାମେଶ୍ୱରମ୍ ଗସ୍ତ କରି ଆରବ ସାଗର ଉପରେ ନିର୍ମିତ ନୂତନ ପାମ୍ବନ ସେତୁର ଉଦଘାଟନ କରିଛନ୍ତି । ଲୋକାର୍ପଣ ହେଲା ଦେଶର ପ୍ରଥମ ପ୍ରଥମ ଭୂ-ଲମ୍ବ ଲିଫ୍ଟ ସମୁଦ୍ର ସେତୁ। ପାମ୍ବନ ବ୍ରିଜ୍ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାମନବମୀରେ ଉଦଘାଟିତ ହୋଇଛି ବହୁପ୍ରତୀକ୍ଷିତ ତାମିଲନାଡୁର ନୂତନ ପାମ୍ବନ ବ୍ରିଜ୍ । ରାମେଶ୍ବରମରୁ ଭାରତର ମୁଖ୍ୟ ଭୂଖଣ୍ଡକୁ ଯୋଡୁଥିବା ଏହି ବ୍ରିଜକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବ୍ରିଟିଶ ଅମଳରେ ତିଆରି ହୋଇଥିବା ତାମିଲନାଡୁର ପାମ୍ବନ ରେଲୱେ ବ୍ରିଜର ହୋଇଛି ନବକେଳେବର । ଐତିହ୍ଯସଂପନ୍ନ ଭାରତର ଏହା ହେଉଛି ପ୍ରଥମ ସାମୁଦ୍ରିକ ସେତୁ । ପ୍ରାକୃତିକ ବିପର୍ଯ୍ୟୟକୁ ବାରମ୍ବାର ସମ୍ମୁଖିନ କରି ୧୯୧୪ ମସିହାରେ ନିର୍ମିତ ପମ୍ବନ ବ୍ରିଜ ଏବେ ନୂଆ ଅବତାରରେ ସମଗ୍ର ବିଶ୍ୱ ଆଗକୁ ଆସିଛି । ପୁରୁଣା ବ୍ରିଜକୁ ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି ନୂଆ ବ୍ରିଜ୍ । ୨.୦୮ କିଲୋମିଟର ଲମ୍ବା ଏହି ସେତୁ ଭାରତର ତାମିଲନାଡୁର ରାମେଶ୍ୱରମ ସହ ମଣ୍ଡପମକୁ ସଂଯୋଗ କରେ ।

ପ୍ରଧାନମନ୍ତ୍ରୀ ମୋଦୀ ୨୦୧୯ରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଭବିଷ୍ୟତକୁ ଆଖି ଆଗରେ ରଖି, ଏହାକୁ ଡବଲ୍ ଟ୍ରାକ୍ ଏବଂ ହାଇ-ସ୍ପିଡ୍ ଟ୍ରେନ୍ ପାଇଁ ଡିଜାଇନ୍ କରାଯାଇଛି । ଆଉ ଏଥି ପାଇଁ ଏହି ସେତୁ ଦୀର୍ଘସ୍ଥାୟୀ ହେବା ସହିତ ଏହା ଆଗାମୀ ୧୦୦ ବର୍ଷ ପାଇଁ କାର୍ଯ୍ୟ କରିବ ବୋଲି କୁହାଯାଇଛି । କଳଙ୍କି ଏବଂ ସମୁଦ୍ରର ଲୁଣିଆ ପାଣି ଏହି ବ୍ରିଜର କିଛି ପରିପାରିବ ନାହିଁ । ପୁରୁଣା ସେତୁଟି କଳଙ୍କି ଲାଗିବା ଯୋଗୁଁ ୨୦୨୨ ମସିହାରେ ବନ୍ଦ କରାଯାଇଥିଲା । ଏହା ପରେ ରାମେଶ୍ୱରମ୍ ଏବଂ ମଣ୍ଡପମ୍ ମଧ୍ୟରେ ରେଳ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ରାମେଶ୍ୱରମକୁ ମୁଖ୍ୟଭୂମି ସହିତ ସଂଯୋଗ କରୁଥିବା ଏହି ସେତୁ, ବିଶ୍ୱ ସ୍ତରରେ ଭାରତୀୟ ଇଞ୍ଜିନିୟରିଂର ଏକ ଉଲ୍ଲେଖନୀୟ ସଫଳତା । ଏହା ୫୫୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ନିର୍ମିତ । ଏଥିରେ ୯୯ଟି ସ୍ପାନ ଏବଂ ୭୨.୫ ମିଟର ଭୂଲମ୍ବ ଲିଫ୍ଟ ସ୍ପାନ ଅଛି, ଯାହା ୧୭ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉପରକୁ ଉଠିଥାଏ ।

ନୂଆ ଷ୍ଟାଇଲ୍‌ରେ ତିଆରି ହୋଇଛି ବହୁ ଚର୍ଚ୍ଚିତ ପାମ୍ବନ ବ୍ରିଜ୍ । ବ୍ରିଜ୍‌କୁ ନୂଆ ଟେକ୍‌ନୋଲୋଜିରେ ପ୍ରସ୍ତୁତ କରାଯାଇଛି ।ଏଣିକି ପ୍ରଥମ ଥର ପାଇଁ ଭାରତରେ ରେଲେଓ୍ୱ ବ୍ରିଜ ଉପରକୁ ଉଠିବ । ସମୁଦ୍ର ଉପରେ ତିଆରି ଏହି ବ୍ରିଜରେ ୯୯ଟି ସ୍ପାନ୍ ୧୮.୩ ମିଟର ଲମ୍ବର ହୋଇଥିବା ବେଳେ ଆଉ ଏକ ସ୍ପାନର ଲମ୍ବ ୭୨.୫ ମିଟର ରହିବ । ଏହି ୭୨.୫ ମିଟର ଲମ୍ବର ସ୍ପାନ ଉପରକୁ ଉଠିବ । ଏହାଫଳରେ ବ୍ରିଜ ତଳେ ଜାହାଜ ଗୁଡିକ ଯାଇପାରିବ । ରେଳ ବିକାଶ ନିଗମ ଲିମିଟେଡ ପକ୍ଷରୁ ସମୁଦ୍ର ଉପରେ ତିଆରି ହେଉଥିବା ବ୍ରିଜର ଲମ୍ବ ୨ କିଲୋମିଟର ୫୦ ସେମି ରହିଛି ।

ଏଥିପାଇଁ ବ୍ୟୟ ଅଟକଳ ରହିଛି ୫୩୫ କୋଟି ଟଙ୍କା । ତାମିଲନାଡୁର ରାମେଶ୍ୱରମ୍ ସହ ପାମ୍ବନକୁ ସଂଯୋଗ କରୁଥିବା ଏହି ବ୍ରିଜରେ ଏ୍ୟତିହ୍ୟ ସହ ଅତ୍ୟାଧୁନିକ କାରିଗରୀର ସମନ୍ୱୟ ନିର୍ମିତ । ଆମେରିକାର ହାଥ୍ରୋନ୍ ବ୍ରିଜ୍, ଅଷ୍ଟ୍ରେଲିଆର ରାଇଡ୍ ବ୍ରିଜ୍ ଓ ଫ୍ରାନ୍ସର ଜ୍ୟାକସ୍ ବ୍ରିଜ ଢାଞ୍ଚାରେ ଏହି ବ୍ରିଜ୍ ନିର୍ମାଣ ହୋଇଛି । ତାମିଲନାଡ଼ୁର ମଣ୍ଡପମ ଓ ତୀର୍ଥଦ୍ବୀପ ରାମେଶ୍ବରମକୁ ଯୋଡ଼ୁଛି ଏହି ରେଳ ବ୍ରିଜ ।

LEAVE A REPLY

Please enter your comment!
Please enter your name here