ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ହାଇକୋର୍ଟ ଙ୍କ ନିର୍ଦ୍ଦେଶକ୍ରମେ ବ୍ରହ୍ମପୁର ଏସ ପି ଙ୍କ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହେଲା କୋର୍ଟ ଭିଡିଓ କନଫରେନ୍ସ ପ୍ରକୋଷ୍ଠ । ଦକ୍ଷିଣାଞ୍ଚଳ ରେଞ୍ଜ ଡି ଆଇ ଜି ସାର୍ଥକ ଷଡ଼ଙ୍ଗୀ ଏହି ସ୍ଵତନ୍ତ୍ର ପ୍ରକୋଷ୍ଠ କୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ବ୍ରହ୍ମପୁର ଏସ ପି ଡ଼ା ଶ୍ରବଣା ବିବେକ ଏମ୍ ଙ୍କ ସମେତ ପୋଲିସ ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଏହି କୋର୍ଟ ଭିଡିଓ କନଫରେନ୍ସ ପ୍ରକୋଷ୍ଠ ଦ୍ଵାରା ବିଭିନ୍ନ ମାମଲାରେ ସଂପୃକ୍ତି ଥିବା ଅବସରପ୍ରାପ୍ତ ପୋଲିସ କର୍ମଚାରୀ, ଡାକ୍ତର, ବୈଜ୍ଞାନିକ ଭଳି କର୍ମଚାରୀ ଘରେ ବସି ସେମାନଙ୍କ ସାକ୍ଷ୍ୟ ପ୍ରଦାନ କରିପାରିବେ । ଏହା ସହିତ ଏହି କର୍ମଚାରୀ ମାନେ ଭିସି ପ୍ରକୋଷ୍ଠ ମାଧ୍ୟମରେ ଓଡ଼ିଶା ଭିତରେ ଥିବା ଯେ କୌଣସି କୋର୍ଟରେ ସାକ୍ଷ୍ୟ ପ୍ରଦାନ କରିପାରିବେ ବୋଲି ବ୍ରହ୍ମପୁର ଏସପି ଡ଼ା. ଶ୍ରବଣା ବିବେକ ଏମ୍ ସୂଚନା ପ୍ରଦାନ କରିଛନ୍ତି।