୬ଦଫା ଦାବିରେ ସିପିଏମ ଗଣଧାରଣା

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କା ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣାକୁ ନେଇ ସିପିଏମ ପକ୍ଷରୁ ଆରଡିସି କାର୍ଯ୍ୟାଳୟର ସମୁଖରେ ଗଣଧାରଣା l ମଙ୍ଗଳବାର ଦିନ ଗଂଜାମ ଜିଲ୍ଲା ସିପିଏମ ଆରଡିସି କାର୍ଯ୍ୟାଳୟ ସମୁଖରେ କରିଛି ଗଣଧାରଣା l ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ୨ଜଣ ମୃତ୍ୟୁ କରିଥିବା ଦୁଇ ପରିବାର କୁ ୨୦ଲକ୍ଷ ଟଙ୍କା ଲେଖାଏଁ କ୍ଷତି ପୂରଣ ଏବଂ ଜଣେ ସଦସ୍ୟ ଙ୍କୁ ଚାକିରୀ ପ୍ରଦାନ କରିବାକୁ ଦାବି କରିଛି ସିପିଏମ  l ଏହି ଅବସରରେ ଗଂଜାମ ଜିଲ୍ଲା ସିପିଏମ ସମ୍ପାଦକ ଯୁଧିଷ୍ଠିର ବେହେରାଙ୍କ ସମେତ ରାଜ୍ୟ ସମ୍ପାଦକ ଅଳିକିଶୋର ପଟ୍ଟନାୟକ ଓ ଦଳୀୟ ନେତୃବୃନ୍ଦ ୬ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଙ୍କୁ ପ୍ରଦାନ କରିଛି  l

LEAVE A REPLY

Please enter your comment!
Please enter your name here