ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ବ୍ରହ୍ମପୁର ପୁରୁଣା ବସଷ୍ଟାଣ୍ଡ ଠାରେ ସିପିଏମ ର ପ୍ରତିବାଦ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ସିପିଏମ ର କର୍ମକର୍ତ୍ତା କେନ୍ଦ୍ର ର ମୋଦି ବିରୋଧୀ ସ୍ଲୋଗାନ ଦେଇ କରିଥିଲେ ପ୍ରତିବାଦ l ସମ୍ପ୍ରତି ଦେଶରେ ବିଭିନ୍ନ ସାମଗ୍ରୀର ଦରଦାମ ବୃଦ୍ଧି କମ କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ବିଫଳ ହୋଇଛନ୍ତି , କେନ୍ଦ୍ର ର ଆଦାନି ପ୍ରୀତି ଏବଂ ଆଦାନିକୁ ଅହେତୁକ ଅନୁକମ୍ପା ଦେଖାଇବା ବିରୁଦ୍ଧରେ ସିପିଏମ ଗର୍ଜନ କରିଛି l ଜନସାଧାରଣ ଙ୍କ ନିମନ୍ତେ ଥିବା ସମସ୍ତ ରାଷ୍ଟ୍ରାୟତ ଉଦ୍ୟୋଗ କୁ ଘରୋଇ କାରଣ କରି ଆଦାନି ହାତକୁ ଟେକିଦେବା କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ କରିଛି ସିପିଏମ l ତୁରନ୍ତ ଆଦାନି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିବାକୁ ଦାବି କରିଛି ସିପିଏମ l