ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ସୃଜନଶୀଳତା କାର୍ଯ୍ୟକ୍ରମ ଆୟୋଜିତ

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା ରା. ଉଦୟଗିରି ସରକାରୀ ଉଚ୍ଚ ବିଦ୍ୟାଳୟ, କେ.ଏମ୍.ଭାଲିଆସାହି ଠାରେ “ମୋ ସ୍କୁଲ ଅଭିଯାନ ପରିଚାଳନା ସଂଗଠନ”ର ନିର୍ଦେଶକ୍ରମେ ଭାଷା, ସାହିତ୍ୟ ଓ ସୃଜନଶୀଳତା ତଥା “ମୋ କଥା ମୋ କାହାଣୀ” ର ପୁସ୍ତକ ମେଳା ଅତି ଆଡମ୍ବର ସହକାରେ ଆୟୋଜିତ ହୋଇଯାଇଛି I ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମଚନ୍ଦ୍ର ଦଳବେହେରାଙ୍କ ତତ୍ୱାବଧାନରେ ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ନିଜର ପ୍ରଚେଷ୍ଠା ଓ ସେମାନଙ୍କ ବିଷୟଭିତ୍ତିକ ଶିକ୍ଷକଶିକ୍ଷୟତ୍ରୀମାନଙ୍କ ମାର୍ଗଦର୍ଶନରେ ପ୍ରାୟ ୩୦ଟି ଆକର୍ଷଣୀୟ ଶିରୋନାମା ପୃଷ୍ଠା ସମ୍ବଳିତ ପୁସ୍ତକ ସହ କ୍ରୀଡାଙ୍ଗନ ସାମଗ୍ରୀ, ଜିଜ୍ଞାସା କ୍ଳବ ସମ୍ପର୍କିତ ବିଜ୍ଞାନ ପ୍ରକଳ୍ପ ଓ କୌଶଳୀ ସମ୍ପର୍କିତ ସ୍କ୍ରତୋ ପ୍ରକଳ୍ପକୁ ଅତି ସୁନ୍ଦର ଭାବରେ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକମାନଙ୍କୁ ଉପସ୍ଥାପନା କରିଥଲେ I ମୋ କଥା ମୋ କାହାଣୀ ଉପରେ ପର୍ଯ୍ୟବେସିତ ସାହିତ୍ୟସୃଜନୀ କ୍ଳବର ମାର୍ଗଦର୍ଶନ ଦାୟୀତ୍ୱ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀମାନେ ସହଯୋଗ ପ୍ରଦାନ କରିଥଲେ I

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ଏସ ଏମ ସି ସଦସ୍ୟ ଆଦିକନ୍ଦ ବାଣୁଆରାଇ ଯୋଗଦାନ କରିଥିଲାବେଳେ ଵସ୍ତ୍ରୀଗୁଡା କ୍ଲଷ୍ଟରର ସି ଆର ସି ସି  ଅନାସିମ ମଣ୍ଡଳ ଓ ଅନ୍ୟାନ୍ୟ ଶିକ୍ଷକମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଲ୍ଲାସକୁ ଦ୍ବିଗୁଣିତ କରିଥିଲେ Iକାର୍ଯ୍ୟକ୍ରମ ପରିଶେଷରେ ଉତ୍ତମ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରି ପୁସ୍ତକମେଳା ସଫଳ ସମାପନ କରାଯାଇଥିଲା I

LEAVE A REPLY

Please enter your comment!
Please enter your name here