ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ଆଜି ହୋଉଛି ଶ୍ରାବଣ ମାସର ଚତୁର୍ଥ ସୋମବାର ଆଜିଦିନରେ ପ୍ରତ୍ୟେକ ଶୈବ ପୀଠରେ ଜଳାଭିଷେକ ପାଇଁ କଉଡ଼ିଆଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଛି | ତେବେ ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହୋଉଛନ୍ତି ମା କିଚକେଶ୍ୱରୀ |ଏହି ମନ୍ଦିରଟି ୧୨ ଶହ ବର୍ଷ ପୁରାତନ ବୋଲି କୁହାଯାଏ | ଏହି ମନ୍ଦିରଟି ସମ୍ପୂର୍ଣ୍ଣ ମୁଗୁନି ପଥର ରେ ଗଢ଼ା | ମାଙ୍କ ବାମ ପାର୍ଶ୍ୱ ରେ ପୂଜା ପାଉଛନ୍ତି ପ୍ରଭୁ ଚନ୍ଦ୍ରଶେଖର ମହାଦେବ |
ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର ଥିବାରୁ କାଉଡିଆ ଭକ୍ତ ମାନଙ୍କ ପାଇଁ ଚଳଚଞ୍ଚଳ ହୋଇପଡିଛି ଖିଚିଂ ତେବେ। ଚନ୍ଦ୍ରଶେଖର ମହାଦେବଙ୍କୁ ଦର୍ଶନ କରିବା ପାଇଁ ଆଜି ତିନୋଟି ରାଜ୍ୟରୁ ଭକ୍ତଙ୍କ ସୁଅ ଛୁଟିଥିଲା | ରବିବାର ରାତିରୁ ଭକ୍ତ ମାନେ ମହାଦେବଙ୍କୁ ଦର୍ଶନ କରିବା ପାଇଁ ଖିଚିଂ ରେ ଅପେକ୍ଷା କରିଥିଲେ। ଆଜି ସକାଳୁ ସକାଳୁ ଓଡ଼ିଶାର ଗଙ୍ଗା କୁହା ଯାଉଥିବା ବୈତରଣୀ ନଦୀ କୂଳ ରେ ଭିଡ଼ ଲାଗିଥିଲା । ଦୋମୁହାଁଣିରେ ବୁଡ଼ ପକାଇ ଭକ୍ତ ମାନେ ପାଣି ନେଇ ଖିଚିଂ ମନ୍ଦିର ଅଭିମୁଖେ ଆସିଥିଲେ । ଖିଚିଂ ମନ୍ଦିର ଗେଟ ଖୋଲିଲା ପରେ ଭକ୍ତମାନଙ୍କ ଲମ୍ବା ଲାଇନ ଲାଗିଥିଲା । ଶାନ୍ତି ଶୃଙ୍ଖଳା ରେ କିପରି ଦର୍ଶନ କରି ହେବ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର ଥିବାରୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥିଲା । ଖିଚିଂ ମନ୍ଦିରରେ ମା କିଚକେଶ୍ୱରୀ ମନ୍ଦିର ସହିତ ମନ୍ଦିର ପରିସର ରେ ତିନୋଟି ଶିଵ ଲିଙ୍ଗ ପୂଜା ପାଉଛନ୍ତି । କିମ୍ବଦନ୍ତୀ ମତ ଅନୁଯାୟୀ ମହାଭାରତ ସମୟରୁ ଏଠାରେ ଶକ୍ତି ଏବଂ ଶୈବ ପୀଠ ଭାବରେ ବେଶ ପରିଚିତ । ଶ୍ରାବଣ ମାସରେ ପ୍ରଥମେ ମହାଦେବ ପାଖରେ ପୂଜାର୍ଚ୍ଚନା କରିବା ପରେ ମା କିଚକେଶ୍ୱରୀ ଠାକୁରାଣୀ କୁ ଦର୍ଶନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ସେହିପରି ଖିଚିଂ ମନ୍ଦିର ନିକଟ ରୁ କିଛି ଦୂରରେ ଥିବା କୁଟେଇ ତୁଣ୍ଡି ମନ୍ଦିର ରେ ମଧ୍ୟ ଭିଡ଼ ଲାଗିଥିଲା କାଉଡି ଭକ୍ତଙ୍କ ।