୬ ରନରେ ହାରିଲା CSK

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଚେନ୍ନାଇ ବିପକ୍ଷ ମ୍ୟାଚରେ ରାଜସ୍ଥାନର ବଡ ବିଜୟ । ୨ଟି ମ୍ଯାଚ ପରାଜୟ ପରେ ଆଇପିଏଲରେ ବିଜୟର ଖାତା ଖୋଲିଲା ରାଦସ୍ଥାନ ରୟାଲ୍ସ । ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୧ ତମ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୬ ରନରେ ମାତଚ ଦେଇଛି ଆରଆର । ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଲା ନୀତିଶ ରଣାଙ୍କ ଲଢୁଆ ବ୍ୟାଟିଂ ଓ ଓ୍ବାନିଣ୍ଡୁ ହସରଙ୍ଗାଙ୍କ ଘାତକ ବୋଲିଂ । ସିଏସକେର ଆଇପିଏଲରେ ଏହା ଦ୍ବିତୀୟ ପରାଜୟ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ ସୁପର କିଙ୍ଗ୍ସ । ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ବିକେଟ ହରାଇ ୧୮୨ରନ କରିଥିଲା ରାଜସ୍ଥାନ । ଏହାପରେ ୧୮୩ ବିଜୟ ରନ୍‌ ଲକ୍ଷ୍ୟର ପିଛା କରି ୨୦ ଓଭରରେ ୬ଓ୍ବିକେଟ ହରାଇ ୧୭୬ ରନ କରିବାକୁ ସକ୍ଷମ ହୋଇଥିଲା ଚେନ୍ନାଇ ।ସିଏସକେର ଏହା ଦ୍ବିତୀୟ ପରାଜୟ । ଉଭୟ ଦଳ ଚଳିତ ଆଇପିଏଲରେ ୩ଟି ଲେଖାଏଁ ମ୍ୟାଚ ଖେଳି ଗୋଟିଏରେ ବିଜୟ ଓ ୨ଟିରେ ପରାଜିତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here