ଗୁଗୁଲ ପେ ଦେଉଛି ୫ ଲକ୍ଷ ଲୋନ୍ : ୧୦ ମିନିଟରେ ଗ୍ରାହକ ପାଇବେ ଟଙ୍କା 

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବର୍ତ୍ତମାନ ଯୁଗରେ ଡିଜିଟାଲ ପେମେଣ୍ଟର ଏକ ବିପ୍ଲବ ଆସିଛି । ଏଥିପାଇଁ ରହିଛି ଅନେକ ପେମେଣ୍ଟ୍ ଆପ୍ । ଟଙ୍କା ଟ୍ରାନ୍ସଫର ସହିତ ଋଣ ମଧ୍ୟ ପ୍ରଦାନ କରୁଛନ୍ତି କିଛି ପେମେଣ୍ଟସ ଆପ୍ । ଡିଜିଟାଲ୍ ପେମେଣ୍ଟ୍ ଯୋଗୁଁ ଲୋକଙ୍କୁ ଆଉ ସବୁବେଳେ ପାଖରେ ଟଙ୍କା ରଖିବାକୁ ପଡ଼ୁନାହିଁ । ତେବେ ଏଭଳି ସବୁ ଡିଜିଟାଲ୍ ପେମେଣ୍ଟ୍ ମଧ୍ୟରୁ ଅନ୍ୟତମ ହେଉଛି ଗୁଗୁଲ ପେ’ ବା ଜି ପେ । ବର୍ତ୍ତମାନ ଏଭଳି ସବୁ ଆପ୍ ଅନେକ ପ୍ରକାର କ୍ରେଡିଟ୍ ସେବା ଆରମ୍ଭ କରିଛନ୍ତି । ତେବେ ଗୁଗୁଲପେରେ ଛୋଟଛୋଟ ବ୍ୟବସାୟୀ ଅତି କମ୍‌ରେ ୧୫୦୦୦ ଟଙ୍କା ପର‌୍ୟ୍ୟ ନ୍ତ ଲୋନ୍ ପାଇ ପାରିବେ । ବେଳେ ବେଳେ ଲୋକଙ୍କର ଆବଶ୍ୟକତା ବଢ଼ିଯାଇଥାଏ । ଏଭଳି ସମୟରେ ପର୍ସନାଲ୍ ଲୋନ ସବୁଠାରୁ ଭଲ ବିକଳ୍ପ । କିନ୍ତୁ ଏଭଳି ଲୋନ୍ ପାଇବାକୁ ସମୟ ଲାଗିଥାଏ । ଏଭଳି କ୍ଷେତ୍ରରେ ଆମେ ଗୁଗୁଲ ପେ’ ଉପରେ ଭରସା କରି ପାରିବେ । ଏହାର ବ୍ୟବହାର କରି ଆପଣ ତୁରନ୍ତ ଆପଣଙ୍କ ସମସ୍ୟାର ସମାଧାନ କରି ପାରିବେ । ଯଦି ଆପଣଙ୍କ ସିବିଲ୍ ସ୍କୋର୍ ଭଲ ରହିଛି ତେବେ ଏହାର ବ୍ୟବହାର କରି ଆପଣ ମାତ୍ର ୧୦ ମିନିଟ୍‌ରେ ଲୋନ୍ ପାଇ ପାରିବେ । ଏହାର ନାମ ହେଉଛି ଆପ୍ଲାଏ ଗୁଗୁଲପେ ଇନଷ୍ଟା ଲୋନ ୨୦୨୪ । ଯଦି ଆପଣଙ୍ କ୍ରେଡିଟ୍ ସ୍କୋର୍ ଭଲ ଅଛି ତେବେ ଆପଣଙ୍କୁ ତୁରନ୍ତ ୧ ଲକ୍ଷ ଟଙ୍କା ଋଣ ମିଳି ପାରିବ । ଏଭଳି ଲୋନ୍ ନେଇ ନିୟମାନୁଯାୟୀ ଫେରସ୍ତ କଲେ । ପରବର୍ତ୍ତୀ ସମୟରେ ଏହି ଆପ୍ ମାଧ୍ୟମରେ ଗ୍ରାହକଙ୍କୁ ୫୦୦୦୦୦ ଟଙ୍କା ପର‌୍ୟ୍ୟ ନ୍ତ ଋଣ ମିଳି ପାରିବ । ଏହାର ସୁବିଧା ଉଠାଇବାକୁ ହେଲେ ବୟସ ସୀମା ୨୧ରୁ ୫୭ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ସିବିଲ୍ ସ୍କୋର୍ ୬୦୦ରୁ କମ୍ ନହୋଇଥିବା ଆବଶ୍ୟକ । ଜିପେ ଆପ୍ ଖୋଲି ଲୋନ୍ ପାଇଁ ବ୍ୟକ୍ତିଗତ ବିବରଣୀ ପ୍ରଦାନ କରନ୍ତୁ । ଏହାପରେ ଲୋନ ରାଶି ପ୍ରଦାନ କରନ୍ତୁ । ଏହାପରେ ଆପଣଙ୍କ ଆକାଉଣ୍ଟ୍‌କୁ ଲୋନ୍ ଆସିଯିବ । ତେବେ ଯେକୌଣସି ଲୋନ୍ ନେବା ପୂର୍ବରୁ ବା ଟଙ୍କା କାରବାର କରିବା ଆଗରୁ ସମସ୍ତ ସଠିକ ତଥ୍ୟ ଯାଞ୍ଚ କରିବା ସହ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।

LEAVE A REPLY

Please enter your comment!
Please enter your name here