ବିପ୍ଲବୀ ପରିକ୍ରମା ବ୍ୟୁରୋ :- କଟକ ଏସସିବି ବଡ ମେଡିକାଲରେ ଚାଲିଛି ପଦ୍ମଶ୍ରୀ କମଳା ପୂଜାରୀଙ୍କ ଚିକିତ୍ସା। ଗତକାଲି ରାତିରେ ଜୟପୁର ମେଡିକାଲରୁ ସ୍ଥାନାନ୍ତର ହୋଇ ଏସସିବି ମେଡିକାଲ ନ୍ୟୁ ମେଡିସିନ୍ ଓ୍ବାର୍ଡରେ ଚିକିତ୍ସିତ ହେଉଛନ୍ତି। ନ୍ୟୁ ମେଡିସିନ ବିଭାଗ ଆସିୟୁରେ ଥିବା ଏକ ସ୍ବତନ୍ତ୍ର କ୍ୟାବିନରେ ତାଙ୍କର ଚିକିତ୍ସା କରାଯାଉଛି। ଆଜି ଏସସିବି ମେଡିକାଲରେ ପହଁଚି ପଦ୍ମଶ୍ରୀ କମଳା ପୂଜାରୀ ଙ୍କ ସ୍ୱାସ୍ଥ୍ୟ କିଭଳି ଅଛି ସ୍ଥିତ ପରଖିଲେ କଟକ ମେୟର ସୁବାଷ ସିଂ । ଏହା ପରେ ପ୍ରତିକ୍ରିୟା ଦେଇ କହିଛନ୍ତି କମଳା ପୂଜାରୀଙ୍କ ସ୍ବାସ୍ଥ୍ଯବସ୍ଥା ସ୍ଥିର ରହିଛି । ଆଜି ତାଙ୍କର କିଡନୀ ଅଲଟ୍ରାସାଉଣ୍ଡ ଏବଂ ଇକୋ ସହ ବିଭିନ୍ନ ପରୀକ୍ଷା କରାଯାଇଛି। ମେଡିସିନ୍ ବିଭାଗର ବରିଷ୍ଠ ଡାକ୍ତରଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି।