ଓଡ଼ିଶାକୁ ବାତ୍ୟା ‘ଦାନା’ ଭୟ : ମିଶନ ଜିରୋ କାଜୁଆଲିଟି

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଉତ୍ତର ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ । ଗତକାଲି (ରବିବାର) କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଥିବା ବେଳେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଆସନ୍ତାକାଲି (22 ଅକ୍ଟୋବର) ସକାଳ ସୁଦ୍ଧା ଅବପାତ ପରେ 23 ସକାଳ ସୁଦ୍ଧା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରି ଅକ୍ଟୋବର ୨୪ ସକାଳ ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ନିକଟସ୍ଥ ସମୁଦ୍ର ମଧ୍ୟରେ ଓଡିଶା-ପଶ୍ଚିମବଙ୍ଗ ନିକଟରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ।ସାମ୍ଭାବ୍ୟ ବାତ୍ୟା ଦାନା ପ୍ରଭାବରେ ଆସନ୍ତା ୨୩ ତାରିଖରୁ ବଢିବ ବର୍ଷା । ୩ ଦିନ ଅର୍ଥାତ ୨୩ ରୁ ୨୫ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଥିବା ବେଳେ ୨୪ ଓ ୨୫ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଭାଗ । ଅକ୍ଟୋବର ୨୪ରେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।‘ଦାନା’ ପ୍ରଭାବରେ ବିଶେଷ କରି ଭୀଷଣ ବର୍ଷା ପାଇଁ ପୁରୀ, ଖୋର୍ଦ୍ଧା,ଗଞ୍ଜାମ ଓ ଜଗତସିଂହପୁରକୁ ରେଡ ଆଲର୍ଟ ସହ କେନ୍ଦ୍ରାପଡା, ନୟାଗଡ, ଖୋର୍ଦ୍ଧା ଓ ଗଜପତି, କନ୍ଧମାଳ,ଭଦ୍ରକ , ବାଲେଶ୍ବର ଓ ମୟୂରଭଞ୍ଜରରେ ପ୍ରବଳରୁ ଅତି ପ୍ରବଳ ପାଇଁ ୱାରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଯାଜପୁର ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ରାୟଗଡା,କୋରାପୁଟ, ମାଲକାନଗିରି, କଳାହାଣ୍ଡି, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।ସାମ୍ଭାବ୍ୟ ବାତ୍ୟା ‘ଦାନା’ ପ୍ରଭାବରେ ୨୫ ତାରିଖରେ ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ରହିଛି । ସେହିପରି ୨୬ରେ ପ୍ରବଳ ବର୍ଷା ସହ ୨୭ରେ ବି କାଁ ଭାଁ ସ୍ଥାନରେ ପ୍ରବଳ ବର୍ଷା ରହିବ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୭ ତାରିଖ ଯାଏଁ ରାଜ୍ୟରେ ବର୍ଷା ଥିବା ବେଳେ ପରେ ବର୍ଷାର ପରିମାଣ କମିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ତେବେ ଅକ୍ଟୋବର ମାସ ବାତ୍ୟାକୁ ସୁହାଇଥାଏ । କିନ୍ତୁ ଏଯାଏଁ ବାତ୍ୟାର ପ୍ରଭାବ କେତେ ରହିବ ତାହା ସ୍ପଷ୍ଟ ହୋଇନଥିବା ବେଳେ ଆଜି ପରେ ହିଁ ଚିତ୍ର ସ୍ପଷ୍ଟହେବ ଓ ଏହାର ଦିଗ ବା ଗତିପଥ ସ୍ପଷ୍ଟ ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ କହିଛି । ଲଘୁଚାପ ସମୟରେ ୪୫ ରୁ ୫୦ ବା ସର୍ବୋଚ୍ଚ ୬୫ ମିମି ବର୍ଷା ରହିବା ସହ ସ୍ଥଳଭାଗ ଛୁଇଁବା ପରେ ୧୦୦ରୁ ୧୨୦ କିମି ପବନ ବହିବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

 

ସମ୍ବାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମୁଦ୍ରକୂଳିଆ ଜିଲ୍ଲାଗୁଡ଼ିକର ଜିଲ୍ଲା ପ୍ରଶାସନକୁ ଆଲର୍ଟ ରଖାଯାଇଛି । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ବର ଜିଲ୍ଲାପାଳ ସ୍ଥିତି ଉପରେ ନଜର ରଖିଛନ୍ତି । ଏପଟେ ସ୍ବତନ୍ତ୍ର ରିଲିଫ କମିଶନର(SRC) ଆଜି ସମୀକ୍ଷା ବୈଠକ କରି ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଅବଗତ କରାଇବେ । ରାଜ୍ୟ ସରକାରଙ୍କ Zero Casualty ବା ଶୂନ୍ୟ ମୃତାହତ ଉପରେ ଜୋର ଦେଉଛନ୍ତି । ଏହାକୁ ଦୃଷ୍ଟରେ ରଖି ସମସ୍ତ ପ୍ରତିକାରମୂଳକ ପଦକ୍ଷେପ ନିଆଯାଉଛି ।ବାତ୍ୟା ପାଇଁ ଆଲର୍ଟ ମୋଡ଼କୁ ଆସିଲା ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ । ସାମ୍ଭାବ୍ୟ ବାତ୍ୟା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ । ସାମ୍ଭାବ୍ୟ ବାତ୍ୟାର ଗତିପଥ ଉପରେ ତୀକ୍ଷଣ ନଜର ରଖୁଛି କଣ୍ଟ୍ରୋଲ ରୁମ । ସାମ୍ଭାବ୍ୟ ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର କାର୍ଯ୍ୟ ଉପରେ ନଜର ରଖିଛି ଏସଆରସିଙ୍କ କାର୍ଯ୍ୟାଳୟରେ ଖୋଲିଥିବା କଣ୍ଟ୍ରୋଲ ରୁମ । ସାମ୍ଭାବ୍ୟ ବାତ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଭାବିତ ହେବାକୁ ଥିବା ଜିଲ୍ଲାକୁ ଯିବେ ବରିଷ୍ଠ ଆଇଏଏସ ଅଧିକାରୀ । କେଉଁ ଜିଲ୍ଲାକୁ କେତେ ଏନଡ଼ିଆରଫ ଓ ଓଡ୍ରାଫ ଟିମ ଯିବ ସେନେଇ ଚାଲିଛି ଯୋଜନା । ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି ଜିଲ୍ଲାକୁ ମିଳିବ ଅଧିକ ଏନଡ଼ିଆରଫ, ଓଡ୍ରାଫ ଓ ଅଗ୍ନିଶମ ଟିମ । ଆଜି ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲା ଅଭିମୁଖେ ବାହାରିବ NDRF ଟିମ, ଓଡ୍ରାଫ ଓ ଅଗ୍ନିଶମ ଟିମ ।

LEAVE A REPLY

Please enter your comment!
Please enter your name here