ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମିଗଜାଉମ୍’’। ଏହା ଘଣ୍ଟା ପ୍ରତି ୬ କିମି ବେଗରେ ଉତ୍ତରପଶ୍ଚିମ ଆଡ଼କୁ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ‘ମାଇଚୌଙ୍ଗ’ ପୁଡୁଚେରୀ ଠାରୁ ୩୦୦ ଓ ଚେନ୍ନାଇ ଠାରୁ ୩୧୦ କିମି ଦୂରରେ ଅବସ୍ଥିତ ରହିଛି। କାଲି ପୂର୍ବାହ୍ନରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡୁ ଉପକୂଳରେ ପହଞ୍ଚିବ। ଡିସେମ୍ବର ୫ ତାରିଖ ପୂର୍ବାହ୍ନରେ ନେଲୋର ଓ ମଛଲିପଟ୍ଟନମ ଉପକୂଳ ଛୁଇଁବ। ଲ୍ୟାଣ୍ଡଫଲ୍ ବେଳେ ପବନର ସର୍ବାଧିକ ବେଗ ୧୦୦ କିମି ରହିବ। ବାତ୍ୟା ଯୋଗୁ ଦକ୍ଷିଣ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲା ସମେତ ଉତ୍ତର ତାମିଲନାଡୁ ଓ ପୁଡୁଚେରୀର କିଛି ଅଂଶ ସର୍ବାଧିକ ପ୍ରଭାବିତ ହେବେ।ବାତ୍ୟା ମିଗଜାଉମ୍’’ ପ୍ରଭାବରେ ଓଡ଼ିଶାରେ ସୋମବାରରୁ ବୁଧବାର ଯାଏ ଦକ୍ଷିଣ ଉପକୂଳ ଓ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ।ବାତ୍ୟା ପ୍ରଭାବରେ ତାମିଲନାଡୁରେ ହାଇଆଲର୍ଟରେ ଜାରି କରାଯାଇଛି। ବାତ୍ୟା ମିଗଜାଉମ୍’ ଉପକୂଳବର୍ତ୍ତୀ ଜିଲ୍ଲାରେ ଲ୍ୟାଣ୍ଡଫଲ କରିପାରେ। ଏଥିପାଇଁ ସମସ୍ତ ସରକାରୀ ଅଧିକାରୀ ଓ ପୁଲିସ୍ କର୍ମଚାରୀଙ୍କୁ ହାଇଆଲର୍ଟରେ ରଖାଯାଇଛି। ତାମିଲନାଡୁ, ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ପୁଡୁଚେରୀ ପାଇଁ ଏନଡିଆରଏଫର ୧୮ଟି ଷ୍ଟାଣ୍ତବାଇରେ ରହିଛନ୍ତି। ସେହିପରି ଆଉ ୧୦ଟି ଟିମ ମଧ୍ୟ ବ୍ୟାକଅପରେ ଅଛନ୍ତି। ସେହିପରି ଆସନ୍ତାକାଲି ଠାରୁ ଧୀରେଧୀରେ ବଦଳିବ ପାଗ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମର କିଛି ସ୍ଥାନରେ ଆରମ୍ଭ ହୋଇଯିବ ବର୍ଷା। ଉପକୂଳ ଓଡ଼ିଶା ସମେତ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳରେ ବି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।