ଡମଗଣା ସମାଜ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

0

ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଦଳିତ ଆଦିବାସୀଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ ପାଇଁ ଜିଲା ଡମଗଣ୍ଡା ସମାଜ ପକ୍ଷରୁ ଜିଲ୍ଲାପାଳ ଙ୍କ ଅଫିସ ଘେରାଉ ସହ ଆଠ ଦଫା ଦାବି ପତ୍ର ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟ ରେ ଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି । ଏ ନେଇ ଅନୁସୂଚିତ ଜାତି ରାଜ୍ୟ ସାଧାରଣ ସମ୍ପାଦକ ଫକିର ମୋହନ ଜଗତ ଓ ଜିଲ୍ଲା ସଭାପତି ହରିକେଶ ଜାଲ ଙ୍କ ନେତୃତ୍ୱରେ ଶହଶହ ଡମଗଣା ସମାଜ ର କର୍ମକର୍ତ୍ତା ନୂଆପଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୮ଦଫା ଦାବି ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ପ୍ରଦାନ କରିଥିଲେ । ରାଜ୍ୟରେ ଭାଜପା ସରକାର ଆସିଲା ଦିନଠାରୁ ଆଦିବାସୀ-ଦଳିତଙ୍କ ଉପରେ ଅନ୍ୟାୟ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି।

ଏହାର ମୂଳୋଉତ୍ପାଟନ ପାଇଁ ଖୋଦ ମୁଖ୍ୟମନ୍ତ୍ରୀ ଦୃଷ୍ଟି ଦିଅନ୍ତୁ ବୋଲି ନିବେଦନ କରାଯାଇଛି, ଯାଜପୁର ଜିଲା ସାହାସପୁରର ଶୁକଦେବ ଦାସଙ୍କୁ ହତ୍ୟା କରିଥିବା ଚାଉମିନ ମାଲିକ ଓ ତାଙ୍କ ସହଯୋଗୀଙ୍କୁ ତୁରନ୍ତ ଗିରଫ, କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ, ଭବାନୀପାଟଣା ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ପ୍ରଥମ ବର୍ଷ ଦଳିତ ଛାତ୍ରୀଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ, ଭୁବନେଶ୍ୱର କିଟ୍‌ ବିଶ୍ୱବିଦ୍ୟାଳୟରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପ୍ରତି ଅତ୍ୟାଚାରର ନିରପେକ୍ଷ ତଦନ୍ତ କରି ଉଚିତ ଦଣ୍ଡବିଧାନ ଓ ବିଶେଷ କରି ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ତାଙ୍କ ବୈଧାନିକ ପ୍ରାପ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପ୍ରୋମୋଶନ ଦେଇ ଚାକିରିରେ ଅବସ୍ଥାପିତ ଓ କଟକ ଜିଲ୍ଲା ଖୁଣ୍ଟିଆର ଜଣେ ଦଳିତ ନାବାଳକ ହତ୍ୟାକାରୀଙ୍କୁ ଦଣ୍ଡବିଧା ନ କରିବା ଭଳି ଦାବି କରି ଏହାର ଉଚିତ୍ ପଦକ୍ଷେପ ନିଆଯାଉ ଦାବି କୁ ଅଣ ଦେଖା କଲେ ଆଗାମୀ ଦିନରେ କେବଳ ରାଜ୍ୟ ନୁହେଁ ଦେଶ ବ୍ୟାପି ଆନ୍ଦୋଳନ ହେବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here