ପ୍ରେମ ପାଇଁ ମା’କୁ ହତ୍ୟା କଲା ଝିଅ, ଇନଷ୍ଟା ଚାଟ ଖୋଲିଦେଲା ଗୁମର 

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ):-: ମା’କୁ ହତ୍ୟା କଲା ନାବାଳିକା ପାଳିତ ଝିଅ, ପ୍ରେମିକ ସହ ମିଶି ମା’କୁ ହତ୍ୟା କଲା କରିଛି l ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ତେଲି ଶୁଣ୍ଡୀ ସାହିରେ l

ସୂଚନା ପ୍ରକାରେ, ଭୁବନେଶ୍ୱରରୁ ଆସି ପାଠ ପଢିବା ପାଇଁ ଝିଅ ସହ ଭଡା ଘରେ ରହୁଥିଲେ ମା’ , ଭୁବନେଶ୍ବର କେନ୍ଦ୍ରୀୟ ବିଦ୍ଯାଳୟରେ ସିଟ ନ ମିଳିବାରୁ ପରଳାଖେମୁଣ୍ଡିରେ ରହି କେନ୍ଦ୍ରୀୟ ବିଦ୍ଯାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢାଉଥିଲେ l କିନ୍ତୁ ଝିଅ ସ୍ଥାନୀୟ ଯୁବକ ସହ ପ୍ରେମରେ ପଡି ଅନୈତିକ କାର୍ଯ୍ୟ କରୁଥିଲା | କୌଣସି ମତେ ଜାଣିବା ପରେ ପ୍ରେମିକ ସହ ନାବାଳିକା ଝିଅର ଅନୈତିକ ସମ୍ପର୍କକୁ ପ୍ରତିବାଦ କରିଥିଲା ମା’ ରାଜଲକ୍ଷ୍ମୀ କର l ହେଲେ ପ୍ରେମିକ ସହ ମିଶି ମା’କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର ରଚିଥିଲା ଅଭିଯୁକ୍ତ ନାବାଳିକା ଝିଅ l ପ୍ରଥମେ ଖାଦ୍ୟରେ ନିଶା ବଟିକା ଦେଇ ଅଚେତ କରାଇଥିଲା, ମା’ଗାଢ଼ ନିଦରେ ଶୋଇଲା ପରେ ଘର ପଛପଟୁ ପ୍ରେମିକ ଓ ଜଣେ ସହଯୋଗୀଙ୍କୁ ଡାକି, ସେମାନଙ୍କ ସହ ମିଶି ମୁହଁରେ ତକିଆ ଦେଇ ଶ୍ବାସ ରୁଦ୍ଧ କରି ହତ୍ୟା କରିଥିବା ଜଣା ପଡ଼ିଛି। ଦିନେଶ ନାମକ ଯୁବକ ଗୋଡ଼କୁ ଜାବୁଡି ଧରିଥିବା ବେଳେ ଗଣେଶ ନାମକ ଯୁବକ ମୁହଁ ରେ ତକିଆ ଦେଇ ମାଡ଼ିବସିଥିଲା ଏବଂ ନାବାଳିକା ଝିଅ ହାତକୁ ଧରି ରଖି ସେଥିରେ ସହଯୋଗ କରିଥିଲା l ମା’ର ମୃତ୍ୟୁ ପରେ ଯୋଜନା ପ୍ରକାରେ ହୃଦଘାତରେ ମୃତୁ୍ବରଣ କରିଥିବା ଦର୍ଶାଇ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ସେଠାରୁ ମୃତ ଶରୀରକୁ ଭୁବନେଶ୍ୱର ନେଇ ପରିବାର ସମ୍ପର୍କୀୟଙ୍କ ସହଯୋଗରେ ମା’ର ଶେଷ କୃତ୍ୟ ସଂପନ୍ନ କରିଥିଲା ହତ୍ୟାକାରୀ ଝିଅ । ପରବର୍ତ୍ତୀ ସମୟରେ ବିଭିନ୍ନ ମାଧ୍ୟମରେ ପ୍ରେମିକ ସହ ଯୋଗାଯୋଗରେ ରହିଥିବା ବେଳେ ଝିଅ ଓ ପ୍ରେମିକ ସହିତ ବାର୍ତ୍ତାଳାପ ରୁ ପରିବାର ଲୋକଙ୍କ ସନ୍ଦେହ ଉପୁଜିଥିଲା ପରେ ଏହାକୁ ନେଇ ଉଭୟଙ୍କ ସୋସିଆଲ ମିଡ଼ିଆ ଇନଷ୍ଟାଗ୍ରାମ ଚାଟରୁ ସନ୍ଦେହ ଘନିଭୂତ ହୋଈଥିଲା । ତା’ପରେ ଘଟଣାର ତଦନ୍ତ ପାଇଁ ପୋଲିସକୁ ଅନୁରୋଧ କରିଥିଲେ ପରିବାର ଲୋକେ । ପୋଲିସ ଘଟଣାର ତଦନ୍ତ କରି ଉଭୟଙ୍କୁ ଅଟକ ରଖିଛି । ଅଧିକ ତଦନ୍ତ ପାଇଁ ଅଭିଯୁକ୍ତ ଝିଅ କୁ ହତ୍ୟାକାଣ୍ଡ ଘଟାଇଥିବା ଘରକୁ ନେଇ ଘଟଣାର ସିନ ରିକ୍ରିଏସନ କରିଛି ପାରଳାଖେମୁଣ୍ଡି ପୋଲିସ।

ତେବେ ସୁଚନା ପ୍ରକାରେ ହତ୍ୟାକାରୀ ଝିଅ ହେଉଛି ମୃତକ ଙ୍କ ପାଳିତ କନ୍ୟା, ସାତଦିନର ଝିଅକୁ ରାସ୍ତାକଡରୁ ଉଦ୍ଧାର କରି ଦମ୍ପତି କନ୍ୟା ରୁପେ ଗ୍ରହଣ କରି ଲାଳନ ପାଳନ କରିଥିଲେ , ଯାହାର ଫଳ ଆଜି ମା’ ପାଇଛି ବୋଲି ସମସ୍ତେ କହୁଛନ୍ତି l ହତ୍ୟା ପରେ ପ୍ରେମିକ ଓ ସହଯୋଗୀ , ମା’ପିନ୍ଧିଥିବା ଦଶ ଭରିରୁ ଅଧିକ ଓଜନର ସୁନା ଅଳଙ୍କାର ସବୁ ନେଇ ଯାଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ମୃତକ ଙ୍କ ଭାଇ ଶିବ ଶଙ୍କର ମିଶ୍ର , ଅଭଯୋଗ ପ୍ରକାରେ ଘଟଣାର ତଦନ୍ତ କରି ଦୋଷୀକୁ ଧରି କୋର୍ଟ ଚାଲାଣ କରାଇଥିବା ପାରଳାଖେମୁଣ୍ଡି ଆଦର୍ଶଥାନାରୁ ସୂଚନା ଦେଇଛନ୍ତି ଗଜପତି ଏସ୍ପି ଯତୀନ୍ଦ୍ର କୁମାର ପଣ୍ଡା l

LEAVE A REPLY

Please enter your comment!
Please enter your name here