ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆରସିବିର ବିଜୟ ଧାରାରେ ବ୍ରେକ ଲଗାଇଲା ଦିଲ୍ଲୀ କ୍ୟାପିଟାଲ୍ସ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଘରେ ପଶି ହରାଇଲା ଡିସି । କେଏଲ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ଯୋଗୁଁ ଲଗାତାର ଚତୁର୍ଥ ମ୍ୟାଚରେ ବିଜୟୀ ହୋଇଛି ଅକ୍ସର ପଟ୍ଟେଲ ବାହିନୀ । ଚଳିତ ଆଇପିଏଲର ୧୮ତମ ସଂସ୍କରଣର ୨୪ ତମ ମୁକାବିଲାରେ ଦିଲ୍ଲୀ ଠାରୁ ୬ ଓ୍ବିକେଟରେ ପରାସ୍ତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆଜି ଆଇପିଏଲର ୨୪ ତମ ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ୨୦ଓଭରରେ ୭ ଓ୍ବିକେଟ ହରାଇ ୧୬୩ ରନ କରିଥିଲା । ୧୬୪ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ । ୧୮ଓଭର ଶେଷ ଶୁଦ୍ଧା ଦଳ ୪ ଓ୍ବିକେଟ ହରାଇ ୧୬୯ ରନ କରି ବିଜୟୀ ହୋଇଥିଲା । ଘରୋଇ ଗ୍ରାଉଣ୍ଡରେ ଆଜି ବିଜୟ ଲକ୍ଷ୍ୟ ନେଇ ଦଳ ବେଶ ଆଶାବାଦୀ ଥିଲା । କିନ୍ତୁ ବୋଲିଂରେ ଏତେଟା ଭଲ ନହେବାରୁ ଦଳ ବିଜୟ ଠାରୁ ଦୂରରେ ରହିଯାଇଥିଲା ।