ଚେସ୍‌ରେ ଇତିହାସ, ସର୍ବକନିଷ୍ଠ ଓ୍ୱାର୍ଲ୍ଡ ଚାମ୍ପିୟନ ହେଲେ ଡି ଗୁକେଶ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ବିଶ୍ବ ବିଜେତା ସାଜିଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ଡୋମାରାଜୁ ଗୁକେଶ । ସବୁ ଆଲୋଚନାର ଅନ୍ତ ଘଟାଇ ଶେଷରେ ଓ୍ବାର୍ଲ୍ଡ ଚେସ ଚାମ୍ପିୟନସିପରେ ଡିଙ୍ଗ୍ ଲିରେନଙ୍କୁ ହରାଇ ବିଶ୍ୱର ସର୍ବକନିଷ୍ଠ ଚେସ୍ ଚାମ୍ପିୟନ ହେବାର ଗୌରବ ହାସଲ କରିଛନ୍ତି । ସିଙ୍ଗାପୁରରେ ଆୟୋଜିତ ଓ୍ବାର୍ଲ୍ଡ ଚେସ୍ ଚାମ୍ପିୟନସିପରେ ଗୁରୁବାର ଦିନ ୧୮ ବର୍ଷୀୟ ଗୁକେଶ ୧୪ତମ ତଥା ଶେଷ ସମୟରେ ୭.୫ ପଏଣ୍ଟ ହାସଲ କରିଥିବା ବେଳେ ତାଙ୍କ ଚୀନି ପ୍ରତିନ୍ଦ୍ୱନ୍ଦୀ ଲିରେନ ୬.୫ ପଏଣ୍ଟରେ ସୀମିତ ରହିଯାଇଥିଲେ । ମାତ୍ର ୧ ପଏଣ୍ଟ ବ୍ୟବଧାନରେ ବିଶ୍ୱ ବିଜେତା ସାଜିଛନ୍ତି ଗୁକେଶ । ଗୁକେଶ ଏହି ଗୌରବ ହାସଲ କରିବାରେ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଖେଳାଳି ଅଟନ୍ତି ।ଗୁକେଶ ୧୪ତମ ଗେମରେ ୫୮ତମ ଗୋଟି ଚାଳନା ପରେ ବିଜୟ ହାସଲ କରିଛନ୍ତି । ୪ ଘଣ୍ଟାର ସଂର୍ଘଷ ପରେ ବିଜୟ ହାସଲ କରିଥିଲେ ଗୁକେଶ । ୫୫ ତମ ଗୋଟି ଚାଳନାରେ ଡିଙ୍ଗ୍ ଲିରେନ ତ୍ରୁଟିପୂର୍ଣ୍ଣ ଗୋଟି ଚଳାଇଥିବା ହୃଦୟଙ୍ଗମ କରିଥିଲେ ଗୁକେଶ । ସେ ତାଙ୍କ ରୁକକୁ ଏଫ-୨ ସ୍ଥାନକୁ ଚଳାଇବା ପରେ ଗୁକେଶ ଉତ୍ସାହିତ ଦେଖାଯାଇଥିଲେ ଓ ୫୮ ତମ ଗୋଟି ଚାଳନାରେ ଲିରେନଙ୍କୁ ହରାଇଥିଲେ । ଯାହା ପରେ ବାଜିମାତ କରି ନେଇଥିଲେ ଗୁକେଶ ।

LEAVE A REPLY

Please enter your comment!
Please enter your name here