ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରକ୍ଷାତ ଆଇନଜୀବୀ ସୁଧାଂଶୁ ଶେଖର ପଣ୍ଡା ଆମ ଗହଣରେ ନାହାଁନ୍ତି । ବ୍ରହ୍ମପୁରର ଜଣେ ବରିଷ୍ଠ ଆଇନଜୀବୀ ଭାବରେ ସେ କେବଳ ପରିଚିତ ନଥିଲେ , ସେ ଥିଲେ ଏକା ଧାରାରେ ରାଜନୈତିକ ଯୋଦ୍ଧା, ଖଟିଖିଆ ମେହନତି ଲୋକଙ୍କ ମୁଖପାତ୍ର , ପାକ୍ଷୀକ ଖବର କାଗଜ ଦକ୍ଷିଣବାର୍ତ୍ତାର ସମ୍ପାଦକ , ବହୁ ଯୁବ ଛାତ୍ର ଓ ଶ୍ରମିକ ସଙ୍ଗଠନର ନେତା । ନିଜର ବାଗ୍ମୀତା ବଳରେ ହଜାର ହଜାର ଲୋକଙ୍କୁ ବାନ୍ଧି ରଖିପାରୁଥିବା ସୁଧାଂଶୁ ଜଣେ ସୁବକ୍ତା ଥିଲେ । ତାଙ୍କରି ମୃତ୍ୟୁ ର ଖବର ପ୍ରସାରିତ ହେଵା ସାରା ବ୍ରହ୍ମପୁରରେ ଶୋକର ଛାୟା ଖେଲିଇଥିଲା।