କନ୍ଧମାଳ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଚାଉଳ ମିଳିନଥିବାରୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିର ମାଣ୍ଡିପଙ୍କା ଗ୍ରାମର ଲୋକେ ଆମ୍ବ ଟାକୁଆ ଖାଇଲେ । ଏହାଦ୍ୱାରା ଜୀବନ ଗଲା । ମାତ୍ର ଏହାକୁ ମାନୁ ନାହାନ୍ତି ରାଜ୍ୟ ସରକାର । ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏପରି ଅଭିଯୋଗକୁ ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି । କହୁଛନ୍ତି ଚାଉଳ ଦିଆଯାଇଛି । ଆମ୍ବ ଟାକୁଆ ତାଙ୍କ ପାରମ୍ପରିକ ଖାଦ୍ୟ, ସେମାନେ ଖାଇଛନ୍ତି । ହେଲେ ହିତାଧିକାରୀ ବା ସେହି ଅଞ୍ଚଳର ଲୋକଙ୍କ କହିବା କଥା ଚାଉଳ ମିଳିନାହିଁ, ତେଣୁ ଆମ୍ବ ଟାକୁଆ ଆଣି ଚାଉଳ ସହ ଜାଉ କରି ଖାଉଛୁ । ବାସ୍ତବରେ କାରଣ କ’ଣ ତାକୁ ଖୋଜିବେ ଆରଡିସି ରୁପା ରୋସନ ସାହୁ । କିଏ ମିଛ କହୁଛି? ହିତାଧିକାରୀମାନେ ମିଛ କହୁଛନ୍ତି ନା ଯୋଗାଣ ମନ୍ତ୍ରୀ ମିଛୁଆ? ଏହାକୁ ଧରିବେ ।
ତେବେ ରୁପାଙ୍କ ସହ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ , ବିଡିଓ ପ୍ରୀତି ରଞ୍ଜନ ରଥଙ୍କ ସମେତ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ପହଞ୍ଚି ଥିଲେ । ମାଣ୍ଡିପଙ୍କାରେ ପହଞ୍ଚିବା ପରେ ସେ ମୃତକ ଓ ଗୁରୁତରଙ୍କ ପରିବାର ଲୋକଙ୍କୁ ଭେଟି ଘଟଣା ବିଷୟରେ ଆଲୋଚନା କରି ବୁଝିଥିଲେ । ପରିବାର ବର୍ଗ ଙ୍କୁ ଆଶ୍ଵସନା ଦେବା ସହ ଏପରି ଏକ ଅଘଟଣ କିପରି ଘଟିଲା ସେ ବିଷୟ ରେ ପଚାରି ବୁଝି ଥିଲେ । ପରେ ବ୍ରାହ୍ମଣୀଗାଁ ଥିବା ସମବାୟ ସମିତି ଲି କାର୍ଯ୍ୟାଳୟକୁ ଆସି ପିଡିଏସ ଚାଉଳ କେନ୍ଦ୍ର ର ତାଦରଖ କରି ବୁଝିଥିଲେ।
ଗାଁ ରେ ଏବେବି ଶୋକାକୁଳ ପରିବେଶ ଭିତରେ ରହିଥିବା ବେଳେ ସେ ପୁଣି ଥରେ ୧୧ ତାରିଖ ରେ ଆସିବେ ବୋଲି ପରିବାର ବର୍ଗ ଙ୍କୁ କହିଛନ୍ତି । ସନ୍ଧ୍ୟାରେ ଜାତୀୟ ମାନବ ଅଧିକାର କମିଶନ କର୍ କମିଟି ସଦସ୍ୟା ଓ HRFI ର ଚେୟାରମେନ ମୋନଜ ଜେନା ,ବ୍ରଜ କିଶୋର ତ୍ରିପାଠୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ବିରଷ୍ଠ ସାମ୍ବାଦିକ ପ୍ରମୋଦ ସାମନ୍ତରାୟ ମାଣ୍ଡିପଙ୍କା ଗ୍ରାମ ରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଏହା କେଉଁ କାରଣ ଯୋଗୁଁ ଘଟିଛି ତାହା ପରଖି ଥିଲେ ।