ଦିଲ୍ଲୀ ଯିବେ ଦେବାଶିଷ ଓ ଶୁଭାଶିଷ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବହୁ ହେବିୱେଟ୍ ଓ ବରିଷ୍ଠ ନେତା ରାଜ୍ୟସଭା ଟିକେଟ୍ ପାଇଁ ଆଶାୟୀ ଥିବା ବେଳେ, ନବୀନଙ୍କ ଗୋଟିଏ ନିଷ୍ପତି କଟକ-ବାରବାଟି ଓ ପୁରୀ ବିଧାନସଭା ଆସନର ରାଜନୈତିକ ସମୀକରଣକୁ ବଦଳାଇ ଦେଇଛି ।ଦେବାଶିଷଙ୍କ ବଦଳରେ କଟକରୁ କିଏ ପ୍ରାର୍ଥୀ ହେବ? ସେନେଇ ଚର୍ଚ୍ଚା ବଢିଥିବାବେଳେ । ଅନ୍ୟପଟେ ପୁରୀ ଟିକେଟ୍ ଦୌଡରେ ଥିବା ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପଠାଇବା ପରେ ପୂର୍ବତନ ବିଧାୟକ ମହେଶ୍ୱର ମହାନ୍ତିଙ୍କ ପୁଅ ସୁନୀଲଙ୍କ ପାଇଁ ପୁରୀ ବିଧାନସଭା ଆସନ ବାଟ ଖୋଲି ଦେଇଥିବା ଚର୍ଚ୍ଚା ହେଉଛି ।ରାଜନୈତିକ ସମୀକ୍ଷକଙ୍କ ମତରେ ଶୁଭାଶିଷ ଖୁଂଟିଆଙ୍କୁ ରାଜ୍ୟସଭା ପଠାଇବାକୁ ନିଷ୍ପତି କରି ପୁରୀ ଜିଲ୍ଲା ବିଜେଡି କଳିରେ ଏକପ୍ରକାର ପୂର୍ଣ୍ଣଛେଦ ଟାଣିଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । କାରଣ ବିଜେଡି ଭିତରେ ଥାଇ ବି, ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରହିଆସିଥିଲେ ଶୁଭାଶିଷ ।

୨୦୨୪ରେ ତାଙ୍କୁ ବିଜେଡି ଟିକେଟ ଦେଇପାରେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ମହେଶ୍ୱରଙ୍କ ଦେହାନ୍ତ ପରେ ତାଙ୍କ ପୁଅ ସୁନିଲ ମହାନ୍ତି ଓ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବାକର ପାତ୍ରଙ୍କ ରୂପରେ ଆଉ ୨ ଦାବିଦାର ସାମ୍ନାକୁ ଆସିଲେ । ଏବେ ଶୁଭାଶିଷଙ୍କୁ ଦିଲ୍ଲୀ ପଠାଇ, ମୁଖ୍ୟମନ୍ତ୍ରୀ ସୁନୀଲଙ୍କ ପାଇଁ ପୁରୀ ବିଧାନସଭା ଆସନ ବାଟ ଖୋଲି ଦେଇଥିବା ଚର୍ଚ୍ଚା ହେଉଛି ।ତେବେ ୨୦୨୪ ନିର୍ବାଚନରେ ବିଜେଡି ପାଇଁ ଅଡୁଆ କରିପାରନ୍ତି ଏକାଧିକ ଆଶାୟୀ ପ୍ରାର୍ଥୀ । ତେଣୁ ଚର୍ଚ୍ଚା ହେଉଛି ବାରବାଟୀ- କଟକ ଆସନ ପାଇଁ ନିର୍ଦ୍ଦିଷ୍ଟ ନେତାଙ୍କୁ ଆଖିରେ ରଖି ଦେବାଶିଷଙ୍କୁ ଦିଲ୍ଲୀ ପଠାଇବାକୁ ନିଷ୍ପତି କରିଥାଇପାରନ୍ତି ନବୀନ । ୨୦୦୯ରୁ କଟକ ରାଜନୀତିରେ ପ୍ରଭାବ ରଖିଆସିଥିବା ଦେବାଶିଷଙ୍କୁ ରାଜ୍ୟସଭାକୁ ପଠାଇବା ପରେ ବାରବାଟୀରୁ କିଏ ହେବେ ବିଜେଡି ପ୍ରାର୍ଥୀ ତାକୁ ନେଇ ଉକ୍ରଣ୍ଠା ବଢିଛି ।

ତେବେ କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଅଛନ୍ତି ଅଭିନେତାରୁ ନେତା ବନିଥିବା ଅରିନ୍ଦର ରାଏ । ସେପଟେ କଟକ ମେୟର ଥିଲେ ବି ବାରବାଟୀ-କଟକରୁ ବିଧାନସଭା ନିର୍ବାଚନ ଲଢିବା ପାଇଁ ସୁବାସ ସିଂହ ପ୍ରବଳ ଆଗ୍ରହୀ ଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ୱ ଦେବେ ତାକୁ ସେ ତୁଲାଇବେ ବୋଲି କହିଛନ୍ତି । ସେପଟେ ରାଜନୀତି ସମୀକ୍ଷକଙ୍କ ମତରେ, ଯେହେତୁ ଗତଥର ମହମ୍ମଦ ମୋକିମଙ୍କଠାରୁ ହାରିଥିଲେ ଦେବାଶିଷ, ତେଣୁ ଏଥର କୌଣସି ନୂଆ ମୁହଁକୁ ଆଗକୁ କରିପାରେ ବିଜେଡି ।

LEAVE A REPLY

Please enter your comment!
Please enter your name here