ରାଜନୀତିରେ ଦୀପ ଉତ୍ସବ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଲୋକଙ୍କ ଧାର୍ମିକ ଭାବନାକୁ ନେଇ ଧ୍ରୁବୀକରଣ ଉଦ୍ୟମ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମଲଲା ମନ୍ଦିର ପ୍ରତିଷ୍ଠାରେ ସାରା ଦେଶରେ ଦୀପ ଜଳାଇ ଦୀପାବଳି ପାଳିବାକୁ ଆହ୍ୱାନ କରିଥିଲେ । ଆଉ ଏବେ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରକଳ୍ପର ଲୋକାର୍ପଣର ଦୀପ ଜାଳିବାକୁ ଓଡିଶାବାସୀଙ୍କୁ କହିଛନ୍ତି ।ଆଜି ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଦିନ ଦୀପ ଜାଳିବାକୁ ଇଏ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ।

ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ କାର୍ତିକ ଅବାବାସ୍ୟାରେ ପାଳିତ ହୁଏ ଦୀପାବଳି । କିନ୍ତୁ ରାଜନୀତିର ଦୀପଉତ୍ସବ ପାଇଁ କୌଣସି ନିର୍ଦ୍ଧିଷ୍ଟ ତାରିଖ କିମ୍ବା ତିଥି ନାହିଁ । ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନରେ ବିଜେପି ଦୀପାବଳି ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ଜନତାଙ୍କୁ ଆହ୍ୱାନ ଦେଇଛନ୍ତି । ଏହା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପ୍ରତିଷ୍ଠା ଦିନ ସାରା ଓଡ଼ିଶାବାସୀଙ୍କୁ ଦୀପ ଜାଳିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭକ୍ତି ଓ ଭଗବାନ ଭଳି ପ୍ରସଙ୍ଗ ଭାବପ୍ରବଣତାର ବିଷୟ । ଆଉ ରାଜନୀତିରେ ଭାବପ୍ରଣତାର ଏକ ସ୍ଥାନ ଅଛି । ଯାହା ଭୋଟ୍ ରାଜନୀତିକୁ ପ୍ରଭାବିତ କରିବାର ସାମର୍ଥ୍ୟ ରଖେ ।

ଉଭୟ ବିଜେପି ଓ ବିଜେଡି ଏହି ଭାବପ୍ରବଣତାକୁ ନିଜ ଆଡକୁ ଆଣିବାକୁ ଉଦ୍ୟମ କରିଛନ୍ତି । ଆଉ ପ୍ରଧାନମନ୍ତ୍ରୀ, ମୁଖମନ୍ତ୍ରୀଙ୍କ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ୨୨ ତାରିଖରେ ଦୀପ ଜାଳିବାକୁ ଆହ୍ୱାନ ଦେଇଛନ୍ତି । । କିନ୍ତୁ ବିଜେଡି ଓ ବିଜେପିର ଦୀପ ଜାଳିବା ଆହ୍ୱାନକୁ ନେଇ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଦଳ କହିଛି, ଦୀପ ଜଳାଇବା ସମସ୍ତଙ୍କ ବ୍ୟକ୍ତିଗତ କାମ । ପ୍ରତିଘରେ ଦୀପ ଜଳେ । ତେବେ କିଏ ଓ କେଉଁଠି ଦୀପ ଜଳାଇବ ତାହା କହିବାର ଅଧିକାର ସରକାରଙ୍କ ନାହିଁ । କିନ୍ତୁ ଏହାକୁ ନେଇ ଯେଉଁ ରାଜନୀତି ହେଉଛି, ତାକୁ ନେଇ ଭିନ୍ନମତ ରଖିବା ସ୍ୱାଭାବିକ୍ । ଆଉ ରାଜନୀତିର ଦିପୋତ୍ସାବ ବୋଧେ ଏହାକୁ ହିଁ ସୂଚାଉଛି ।

LEAVE A REPLY

Please enter your comment!
Please enter your name here