ଦିଲ୍ଲୀରେ ଦିଲ୍ଲୀକୁ ହରାଇଲା ଦିଲ୍ଲୀ ପୁଅ ବିରାଟ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :-:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଶାନଦାର ବିଜୟ । ରବିବାର ନୂଆଦିଲ୍ଲୀରେ ଖେଳାଯାଇଥିବା ଦିଲ୍ଲୀ ଓ ବେଙ୍ଗାଲୁରୁ ମ୍ୟାଚରେ ୬ ୱିକେଟରେ ଜିତିଲା ଆରସିବି । ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଆରସିବି । ୮ ୱିକେଟରେ ୧୬୨ ରନ କରିଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଟାର୍ଗେଟକୁ ପିଛା କରି କୃଣାଳ ପାଣ୍ଡ୍ୟା ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଦମଦାର ଜିତ ହାସଲ କରିଛି ଆରସିବି । ଦିଲ୍ଲୀର ପ୍ରଦର୍ଶନ ଆରମ୍ଭରୁ ଏତେଟା ଭଲ ନଥିଲା । ଚତୁର୍ଥ ଓଭରରେ ଅଭିଷେକ ପୋରେଲ ଆଉଟ ହୋଇଯାଇଥିଲେ । ଏହା ପରେ ତା ପର ଓଭରରେ କରୁଣ ନାୟରଙ୍କ ୱିକେଚ ପତନ ହୋଇଥିଲା । ନାୟର ମାତ୍ର ୪ ରନ କରିଥିଲେ । ଏହା ପରେ ଫାଫ ଓ କେଏଲ ରାହୁଲ ମଧ୍ୟରେ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ହେଲେ ୧୦ ଓଭରରେ କୃଣାଳଙ୍କ ବଲର ଶିକାର ହୋଇଥିଲେ ଫାଫ୍‌ । ଫାଫ ୨୨ ରନ କରିଥିଲେ । ଏହାପରେ ଅକ୍ଷର ପଟେଲ ମାତ୍ର ୧୫ ରନ କରି ଆଉଟ ହୋଇଥିଲେ । ୧୪ ଓଭରରେ ତାଙ୍କର ୱିକେଟ ପତନ ହୋଇଥିଲା । କେଏଲ ରାହୁଲଙ୍କ କିଛି ବଡ ରନ କରିବେ ବୋଲି ଭାବୁଥିଲେ ଦର୍ଶକ । ହେଲେ ୩୯ ବଲରେ ସେ କେବଳ ୪୧ ରନ କରିଥିଲେ । ୨୦ ଓଭରରେ ଦିଲ୍ଲୀ ୧୬୩ ରନ ଟାର୍ଗେଟ ଦେଇଥିଲା ଆରସିବିକୁ । ଏହି ବିଜୟ ପରେ ଆରସିବି ଟେବୁଲ ଟପ୍‌ରେ ଟପରେ ପହଞ୍ଚି ଯାଇଛି ଆରସିବି । ୧୦ଟି ମ୍ୟାଚରୁ ୭ଟି ମ୍ୟାଚ ଜିତି ଯାଇଛି ଆରସିବି ।

LEAVE A REPLY

Please enter your comment!
Please enter your name here