ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା,ପରଭେଶ ବର୍ମା ଉପମୁଖ୍ୟମନ୍ତ୍ରୀ : ଆଜି ଶପଥ ଗ୍ରହଣ 

0

ନୂଆଦିଲ୍ଲୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ଯାହା ଚର୍ଚ୍ଚା ହେଉଥିଲା ତାହା ହିଁ ହେଲା । ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା । ବିଧାୟକ ଦଳ ବୈଠକରେ ରେଖାଙ୍କ ନାଁ ଘୋଷଣା କରାଯାଇଛି । ଆସନ୍ତାକାଲି(ଗୁରୁବାର) ମଧ୍ୟାହ୍ନ 12ଟା 35ରେ ମୁଖ୍ୟମନ୍ତ୍ରୀ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଏହାସହ ମନ୍ତ୍ରିମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିବେ । ସେପଟେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପରେ ରେଖାଙ୍କ ବାସଭବନରେ ସମର୍ଥକଙ୍କ ଭିଡ଼ ଜମିଛି । ଛୁଟିଛି ଶୁଭେଚ୍ଛାର ସୁଅ ।ଚଳିତ 2025 ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶାଲିମାର ବାଗ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ରେଖା । ନିଜ ବିଜୟର ଶ୍ରେୟ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେବା ସହ କହିଥିଲେ ଯେ, ଦିଲ୍ଲୀର ଲୋକ ବିକାଶ ଆଶାରେ ରହିଛନ୍ତି ।

ବିଧାୟକ ପରଭେଶ ସହିବ ସିଂ ବର୍ମା ଦିଲ୍ଲୀ ଉପମୁଖ୍ୟ ମନ୍ତ୍ରୀ ଭାବେ ନିଯୁକ୍ତି ହୋଇଛନ୍ତି l ସେ ମଧ୍ୟ ଆଜି ଶପଥ ନେବା ସହ ଅନ୍ୟ ସମସ୍ତ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିବେ l ରାମଲୀଳା ମୈଦାନରେ ଭବ୍ୟ ଶପଥ ସମାରୋହ ଆୟୋଜନ ହେବ l

LEAVE A REPLY

Please enter your comment!
Please enter your name here