ସୁପରଓଭରରେ ରାଜସ୍ଥାନକୁ ହରାଇଲା ଦିଲ୍ଲୀ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜସ୍ଥାନ ହାତରୁ ବିଜୟ ଛଡାଇ ଆଣିଲା ଦିଲ୍ଲୀ । ଶେଷ ଓଭର ପଲଟାଇ ଦେଲା ମ୍ୟାଚ । ଚଳିତ ସିଜିନରେ ଖେଳାଗଲା ପ୍ରଥମ ସୁପରଓଭର । ଯେଉଁଥିରେ ରାଜସ୍ଥାନକୁ ପରାସ୍ତ କରି ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଶେଷ ଓଭରରେ ରାଜସ୍ଥାନକୁ ଜିତିବା ପାଇଁ ୯ ରନ ଦରକାର ଥିଲା । ହେଲେ ଷ୍ଟାର୍କ ଦମଦାର ବୋଲିଂ ଯୋଗୁଁ ମ୍ୟାଚ ଟାଇ ହୋଇଯାଇଥିଲା । ଖେଳାଯାଇଥିଲା ସୁପର ଓଭର । ଏହି ସୁପର ଓଭରରେ ଦିଲ୍ଲୀ ଟିମ ବାଜି ମାରି ନେଇଛି । ଅଭିଷେକ ପୋରେଲ ଏବଂ କେଏଲ ରାହୁଲଙ୍କ ମଧ୍ୟରେ ଏକ ଚମତ୍କାର ଭାଗୀଦାରି ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସ ପାଇଁ ୧୮୯ ରନର ଟାର୍ଗେଟ ରଖିଥିଲା । ରାଜସ୍ଥାନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଯଦିଓ ଦିଲ୍ଲୀ ପାଇଁ କୌଣସି ବ୍ୟାଟସମ୍ୟାନ୍ ବଡ଼ ଇନିଂସ ଖେଳିପାରିନଥିଲେ, ସେମାନେ ଛୋଟ ଛୋଟ ଭାଗରେ ଭଲ ପ୍ରଦର୍ଶନ କରିଥିଲେ ଯାହା ଦଳକୁ ୨୦ ଓଭରରେ ପାଞ୍ଚ ୱିକେଟ୍ ହରାଇ ୧୮୮ ରନ କରିବାରେ ସାହାଯ୍ୟ କରିଥିଲା। ଦିଲ୍ଲୀ ପକ୍ଷରୁ ପୋରେଲ ସର୍ବାଧିକ ୪୯ ରନ କରିଥିବା ବେଳେ କେଏଲ୍ ରାହୁଲ ୩୮ ରନର ଅବଦାନ ରଖିଥିଲେ। ରାଜସ୍ଥାନ ପକ୍ଷରୁ ଆର୍ଚର ଦୁଇଟି ୱିକେଟ୍ ନେଇଥିବା ବେଳେ ମହେଶ ତିକ୍ଷଣ ଏବଂ ୱାନିନ୍ଦୁ ହସରଙ୍ଗା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

LEAVE A REPLY

Please enter your comment!
Please enter your name here