ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ନାମରେ ଗୋଟିଏ ଯୋଜନା ଦାବି : ରୁପେଶ ପାଣିଗ୍ରାହୀ

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):: ନବ ଉତ୍କଳ ର ନିର୍ମାତା ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ନାମରେ ଗୋଟିଏ ଯୋଜନାର ନାମକରଣ ପାଇଁ ଗଜପତି ଜିଲ୍ଲା ବାସିଙ୍କ ଦାବି | ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରି ହେଉଥିବା ଯୋଜନା ମଧ୍ୟରେ ଏକ ଯୋଜନାକୁ ମହାରାଜାଙ୍କ ନାମରେ ନାମିତ କରିବାକୁ ବିଧାନ ସଭାରେ ଦାବି କରିଛନ୍ତି ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ । ଆଗାମି ଦିନରେ କାର୍ଯ୍ୟକାରି ହେବାକୁ ଥିବା ଯେ କୈାଣଶି ଯୋଜନାର ନାମକୁ ଗଜପତି ମହାରାଜା କୃଷ୍ନଚନ୍ଦ୍ର ଗଜପତିଙ୍କ ନାମରେ ନାମିତ କରିବାକୁ ପ୍ରଶ୍ନ କରିଥିବା ବେଳେ ପାରଳା ବାସୀ ମଧ୍ୟ ବିଭିନ୍ନ ସମୟରେ ଏହି ଦାବି କରି ଆସୁଛନ୍ତି । ସ୍ୱତର୍ନ୍ତ ଉକ୍ତଳପ୍ରଦେଶ ଗଠନରେ ଗଜପତି ମହାରାଜାଙ୍କ ଭୁମିକା ଅତୁଳନିୟ ,ଶିକ୍ଷା ,ସ୍ୱାସ୍ଥ୍ୟ , ଜଳସେଚନ କ୍ଷେତ୍ରରେ ମଧ୍ୟ ତାଙ୍କର ଭୁମିକା ଗୁରୁତ୍ୱ ପୃର୍ଣ୍ଣ ଭୁମିକା ରହିଥିଲା ସରକାର ପୃର୍ବରୁ ବିଭିନ୍ନ ଯୋଜନାର ନାମକରଣ ମହାପୁରୁଷଙ୍କ ନାମରେ ନାମିତ କରିଥିବା ବେଳେ ଆଗରୁ ପାରଳା ବାସୀ ବହୁବାର ଦାବି ଉପସ୍ଥାପନ କରିଛନ୍ତି । କୃଷ୍ନଚନ୍ଦ୍ର ଗଜପତିଙ୍କ ସ୍ମୃତି କୁ ମନେପକାଇବା ପାଇଁ ତାଙ୍କୁ ଓଡିଶା ପ୍ରଦେସରେ ଚିର ସ୍ମରଣିୟ କରିବା ପାଇଁ ତାଙ୍କ ନାମରେ ଯୋଜନାର ନାମକରଣ ଦାବି ରଖିଛନ୍ତି ପାରଳାବାସୀ । ପୁର୍ବରୁ ରାଜ୍ୟ ସରକାର ମହାରାଜା ଓ ତାଙ୍କ ଚିନ୍ତାଧାରକୁ ସନ୍ନମାନ ଦେଇ ବିଭିନ୍ନ ଅନୁଷ୍ଠାନକୁ ତାଙ୍କ ନାମରେ ନାମିତ କରିଥବା ବେଳେ ବର୍ତମାନ ର ରାଜ୍ୟ ସରକାର ଉଚିତ ନିସ୍ପତି ନେଇ ଯୋଜନାକୁ ତାଙ୍କ ନାମରେ ନାମିତ କରିବେ ବୋଲି ଆଶା କରା ଯାଉଛି । ଆଉ ଦୁଇଦିନ ପରେ ଉତ୍କଳ ଦୀବସ ପାଳନ ହେବ । ଏହି ଉତ୍କଳ ଦିବସ ଅବସରରେ ନବ ଉତ୍କଳ ର ନିର୍ମାତା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଙ୍କ ନାମ ରେ ଗୋଟିଏ ଯୋଜନା ଘୋଷଣା କରାଯାଉ ଯାହା ଫଳରେ ପ୍ରଜାବସଳ ରାଜା ଓଡ଼ିଶା ବାସୀଙ୍କ ହୃଦୟରେ ରହିପାରିବେ। ସୂଚନା ଥାଉକି ଭାରତର ପ୍ରଥମ ଭାଷାଭିତ୍ତିକ ସ୍ୱତନ୍ତ୍ର ରାଜ୍ୟ ଭାବେ ଓଡ଼ିଶା ଗଠନରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ନବଉତ୍କଳ ଗଠନ ହେଲା ପରେ ୧୯୩୭ ଅପ୍ରେଲ ୧ ତାରିଖରେ ସେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ବହନ କରିଥିଲେ।

LEAVE A REPLY

Please enter your comment!
Please enter your name here