ବିପ୍ଲବୀ ପରିକ୍ରମା ଡିଜିଟାଲ :- ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ର କେନାଲ ବିଭାଗ ର ଦୁର୍ନୀତି ଖବର ବାରମ୍ୱାର ସାମ୍ନା କୁ ଆସୁଥିଲେ ହେଁ ଉଚିତ କାର୍ଯ୍ୟାନୁଷ୍ଠାନ ନହେବାରୁ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଙ୍କ ଖାମଖିଆଲି ମନୋଭାବ ବଢ଼ିବଢ଼ି ଚାଲିଛି । କେବେ ନିମ୍ନମାନର କେନାଲ କାମ ତ କେବେ କେନାଲ ସଫା ନାଁ ରେ ଲକ୍ଷଲକ୍ଷ ଟଙ୍କା ର ଦୁର୍ନୀତି ହୋଇ ଆସୁଛି । ହେଲେ ନାଁ ହେଉଛି ତଦନ୍ତ ନାଁ ହେଉଛି କାର୍ଯ୍ୟାନୁଷ୍ଠାନ । ଯାଫଳରେ ବିଭାଗୀୟ ଅଧିକାରୀ ଙ୍କ ଖାମଖିଆଲି ବଢିବା ସ୍ବାଭାବିକ । ବର୍ତ୍ତମାନ କେନାଲ ମରାମତି ନାଁ ରେ ବିଭାଗ ତରଫ ରୁ କେନାଲ ଭାଙ୍ଗିଦେବା ଓ କେନାଲ ପାଣି ରେ ହାରାହାରି ଦଶ ଏକର ର ଅମଳ ଧାନ ଭାସି ସର୍ବହରା ହୋଇ ଚାଷୀ ମୁଣ୍ଡ ରେ ଚଡ଼କ ଛାଡ଼ିଛି କେନାଲ ବିଭାଗ । ଏପରି ଏକ ଘଟଣା ସାମ୍ନାକୁ ଆସିଛି ସର୍ଗିମୁଣ୍ଡା ଦେଇ ଯାଇଥିବା ଡାହାଣ କେନାଲ ଅଞ୍ଚଳ ରୁ । ଆସନ୍ତୁ ଦେଖିବା କେନାଲ ବିଭାଗ ର ଖାମଖିଆଲି ଯୋଗୁଁ କ୍ଷତିଗ୍ରସ୍ତ ହେଲେ ଚାଷୀ ।
ଲୋୟର ଇନ୍ଦ୍ର କେନାଲ ବିଭାଗ ର ଅଧିକାରୀ ମାନଙ୍କ ଆନ୍ତରିକତା ର ଅଭାବ ସାଙ୍ଗକୁ ଖାମଖିଆଲି ମନୋଭାବ ଯୋଗୁଁ କେବେ ପାଣି ପାଇବା ପାଇଁ ଚାଷୀ ସଂଘର୍ଷ କରୁଛି ତ କେବେ ଅନାବଶ୍ୟକ ପାଣି ରେ ସର୍ବହରା ହେଉଛି ଚାଷୀ । ବର୍ତ୍ତମାନ ପ୍ରକଳ୍ପ ର ଡାହାଣ କେନାଲ ମରାମତି ପାଇଁ ବିଭାଗ ପ୍ରସ୍ତୁତ ହେଉଥିବା ବେଳେ ଚାଷୀ ଙ୍କୁ ସୂଚନା ନଦେଇ ଡିସେମ୍ବର ତିନି ତାରିଖ ମଧ୍ୟ ରାତ୍ର ରେ କେନାଲ ଭାଙ୍ଗି ଦେଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି । କେନାଲ ଭାଙ୍ଗିଦେବା ଫଳ ରେ କେନାଲ କୁ ଲାଗିରହିଥିବା ତଳି ଅଞ୍ଚଳ ର ଛଅ ଜଣ ଚାଷୀ ଙ୍କ ହାରାହାରି ୧୦ ଏକର ର କଟା ଧାନ ଜଳ ମଗ୍ନ ହୋଇ ପାଣି ରେ ଭାସୁଛି । ଅନେକ ଚାଷୀ ଜମି ର ସ୍ଥିତି ଦେଖି ଡାଲି ଜାତୀୟ ବିହନ ବୁଣି ଥିଲେ ହେଲେ ତାହା ମଧ୍ୟ ଅତ୍ୟଧିକ ପାଣି ରେ ପଚିଶଢ଼ୀ ନଷ୍ଟ ହୋଇ ଯାଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।
ବର୍ତ୍ତମାନ ମଣ୍ଡି ରେ ଧାନ ଦେଇ ଦୁଇ ପଇସା ପାଇ ପରିବାର ପ୍ରତିପୋଷଣ କରିବାର ସ୍ଵପ୍ନ ଦେଖୁଥିଲୁ ହେଲେ କେନାଲ ବିଭାଗ ର ଭୁଲ ପାଇଁ ସର୍ବହରା ହୋଇଯାଇଛୁ, କେବଳ ସରକାରୀ ସହାୟତା ହିଁ ବଞ୍ଚିବା ର ଏକ ମାତ୍ର ଭରସା ବୋଲି ଚାଷୀ ମାନେ ଅତି ଦୁଃଖ ର ସହ କହିଛନ୍ତି ।
ଲୋୟର ଇନ୍ଦ୍ର ଡାହାଣ କେନାଲ ପାଣି ରେ ୧୦ ଏକର ଧାନ ଚାଷ ସହ ଡାଲି ଜାତୀୟ ଫସଲ ନଷ୍ଟ ଘଟଣାରେ ଚାଷୀ କେନାଲ ବିଭାଗକୁ ଦାୟୀ କରିଥିବା ବେଳେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଏହା ମନୁଷ୍ୟକୃତ ଏଥିରେ ବିଭାଗ ର ଦୋଷ ନାହିଁ କହିଛନ୍ତି । ଏଠି କିଏ ସତ ଓ କିଏ ମିଛ ତାହା ତଦନ୍ତ ସାପେକ୍ଷ । କେନାଲ ଭଙ୍ଗା ଯାଇଥିବା ସ୍ଥାନର ପାରିପାର୍ଶିକ ସ୍ଥିତି ରୁ ଏହା ସ୍ପଷ୍ଟ ଯେ ଏହା ସୁକଳ୍ପିତ । ଯଦି ମନୁଷ୍ୟକୃତ ତେବେ ବର୍ତ୍ତମାନ ଯାଏ ବିଭାଗ ତରଫ ରୁ କୌଣସି ପଦକ୍ଷେପ ନ ନେବା ବିଭାଗ କୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ଏ ବାବଦ ରେ ଆମେ ଲୋୟର ଇନ୍ଦ୍ର କେନାଲ ମୁଖ୍ୟ ଯନ୍ତ୍ରୀ ସୌମ୍ୟ କିଶୋର ଜୟପୁରିଆ ଙ୍କୁ ପଚାରିବା ରୁ ପ୍ରଶ୍ନ ଉତ୍ତର ରେ ତାଳମେଳ ରହୁନଥିବା ବେଳେ ତଦନ୍ତ କରି ଦୋଷୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଚାଷୀଙ୍କୁ ସହାୟତା ପ୍ରଦାନ ର ପ୍ରତିଶୃତି ଦେଇଛନ୍ତି ।
ଲୋୟର ଇନ୍ଦ୍ର ଡାହାଣ କେନାଲ ପାଣି ରେ କ୍ଷତିଗ୍ରସ୍ତ ଚାଷୀ ଙ୍କ ପାଇଁ ଦାଉ ସାଜିଲା କେନାଲ ବିଭାଗ । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ମନମୁଖୀ କାର୍ଯ୍ୟ କରିଥିବା ଅଧିକାରୀ ଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନେବା ସହ ଚାଷୀ ଙ୍କୁ ସହାୟତା ପ୍ରଦାନ କରିବା ଜରୁରୀ ହୋଇ ପଡିଛି । ତେବେ ଦେଖାଯାଉ, ଖବର ପ୍ରସାରଣ ପରେ ବିଭାଗ କି ପଦକ୍ଷେପ ନେଉଛି ଲ