ଦିନିକିଆ ନୂଆପଡା ଗସ୍ତରେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ – ଗୁରୁକୁଳ ଆଶ୍ରମ ବାର୍ଷିକ ଉତ୍ସବରେ ଯୋଗଦାନ

0

ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଓଡିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଦିନିକିଆ ଗସ୍ତରେ ଆସି ଗୁରୁକୂଳ ଆଶ୍ରମ ଆମସେନା ର ୫୮ ତମ ବାର୍ଷିକ ଉତ୍ସବ ରେ ଯୋଗଦାନ କରିଛନ୍ତି। ଭୁବନେଶ୍ୱର ଠାରୁ ସ୍ୱତନ୍ତ୍ର ପ୍ଲେନ ରେ ଗୌତମା ଏୟାର ଷ୍ଟ୍ରୀପ ରେ ଅବତରଣ କରି ସଡ଼କ ପଥରେ ସେ ଆମସେନା ଠାରେ ଯୋଗ ଦେଇଥିଲେ। ଗତ ତିନିଦିନ ବ୍ୟାପୀ ଅନୁଷ୍ଠିତ ୨୦୧ କୁଣ୍ଡିଅ ଯଜ୍ଞ ଓ ଆଚାର୍ଯ୍ୟ ସମ୍ମିଳନୀ କାର୍ଯ୍ୟକ୍ରମ ଚାଲି ରହିଥିବା ବେଳେ ଆଜି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଙ୍କ ଦ୍ଵାରା ଏହି ଯଜ୍ଞ ଓ ସମ୍ମିଳନୀ ର ପୂର୍ଣ୍ଣାହୁତି ହୋଇଥିଲା।, ଏହି ଉପଲକ୍ଷେ ଏକ ଛାତ୍ରା ବାସ ଭୂମିପୂଜନ ହୋଇଅଛି। ସ୍ବାମୀ ଧର୍ମାନନ୍ଦ ସରସ୍ବତୀ ଙ୍କ ଅଧକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ଵାମୀ ଦୟାନନ୍ଦ ସରସ୍ଵତୀ ଙ୍କ ୨୦୧ ତମ ଜନ୍ମ ବାର୍ଷିକୀ, ବିଦ୍ୱାନ ସମ୍ମିଳନୀ ମହିଳା ଆଚାର୍ଯ୍ୟ ସମ୍ମିଳନୀ ଓ ଧର୍ମ ସଂସ୍କୃତିର ଉତଥାନ ପାଇଁ ୨୦୧ କୁଣ୍ଡିୟ ସମାବେଶ ରେ ଉପସ୍ଥିତ ଅତିଥି ମାନେ ଗୁରୁକୁଳ ଆଶ୍ରମ ହେଉଛି ମଣିଷ ତିଆରି କାରଖାନା, ଏଥିରେ ହିନ୍ଦୁ ସନାତନ ଧର୍ମ ର ନୈତିକ ଶିକ୍ଷା ସହ ଆଧୁନିକ ଶିକ୍ଷା ପ୍ରଦାନ କରି ଏକ ସୁନ୍ଦର ଭାରତ ଗଠନ ର ଉଦ୍ଦେଶ୍ୟ ରଖା ଯାଇଛି ।

ବିଶେଷ କରି ଆର୍ଯ୍ୟ ସମାଜ ର ନୀତି ଆଦର୍ଶ ରେ ଏହି ଆଶ୍ରମ ରେ ପରିଚାଳିତ ହେଉଥିବା ବେଳେ ଅସହାୟ, ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର , ମାଁ ବାପା ଛେଉଣ୍ଡ ପିଲା ମାନେ ଭବିଷ୍ୟତ ଗଢ଼ିବା ରେ ଗୁରୁକୁଳ ଆଶ୍ରମ ଏକ ମାଧ୍ୟମ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଶେଷ ରେ ଆଗାମୀ ଦିନ ରେ ସରକାରୀ ସ୍ତରରେ ସବୁ ପ୍ରକାର ସାମ୍ଭାବ୍ୟ ସୁବିଧା ସୁଯୋଗ ଏହି ଆଶ୍ରମ କୁ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଅତିଥି ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କହିଥିଲେ ।

 

LEAVE A REPLY

Please enter your comment!
Please enter your name here