ଛତ୍ରପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜିଲ୍ଲା ଛତ୍ରପୁର ଅନଶ୍ଲୋ ଷ୍ଟାଡିଅମ ପରିସରରେ ଜିଲ୍ଲାସ୍ତରୀୟ “ବିକଶିତ ଗାଁ ବିକଶିତ ଓଡ଼ିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l
ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିଥିଲେ ଏହି ଯୋଜନା ମାଧ୍ୟମରେ କିଭଳି ପଞ୍ଚାୟତ ଗୁଡିକର ବିକାଶ ସହ ପର୍ଯ୍ୟଟନସ୍ଥଳୀର ଶିକ୍ଷା ଓ କ୍ରୀଡା ଭିତ୍ତିଭୂମିର ସମ୍ପ୍ରସାରଣ ଓ ଆଧୁନୀକରଣ, ଗ୍ରାମୀଣ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢ଼ୀକରଣ, ବହୁମୁଖି ପ୍ରକଳ୍ପର ନିର୍ମାଣ ପାଇଁ ଖସଡ଼ା ପ୍ରସ୍ତୁତ କରାଯାଉଛି ବୋଲି ବିଧାୟକ କହିଥିଲେ ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଭାଷଣ ଭିଡିଓ କନଫରେନ୍ସ ମାଧ୍ୟମରେ ସିଧାପ୍ରସାରଣରେ ଉପସ୍ଥିତ ମହିଳା ଏଵଂ ଜନପ୍ରତିନିଧି ମାନେ ଶୁଣିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଉପଜିଲ୍ଲାପାଳ ଶିବାଶିଷ ବରାଳ, ଅତିରିକ୍ତ ଉପଜିଲ୍ଲାପାଳ, ଛତ୍ରପୁର ପଞ୍ଚାୟତ ସମିତିର ଉପାଧ୍ୟକ୍ଷା ଏସ୍ .ଶାରଦା ରେଡ୍ଡୀ,ବିଡ଼ିଓ ଅଚ୍ୟୁତାନନ୍ଦ ଜାନି ଙ୍କ ସମେତ ସମେତ ସ୍ଵୟଂ ସହାୟକ ଗୋଷ୍ଠୀର ମା ମାନେ ଉପସ୍ଥିତ ଥିଲେ l