ପୁରୀ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ ପରେ ସେବାୟତମାନେ ଠାକୁରମାନଙ୍କୁ ବଡ଼ ସୁନ୍ଦର ଭାବେ ହାତୀବେଶରେ ସଜାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରୀଜିଉମାନେ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ l ସ୍ନାନଯାତ୍ରା ଶେଷ ହେବା ପରେ ଠାକୁରଙ୍କୁ ଅଣସର ଘରକୁ ବିଧିବିଧାନ ଅନୁଯାୟୀ ନିଆଗଲା l
ଆଜିଠାରୁ (ଜୁନ ୧୨) ଶ୍ରୀଅଲାରନାଥ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ବ୍ରହ୍ମଗିରିରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି l ୭ ପ୍ଲାଟୁନ ପୁଲିସ୍ ସହ ଜଣେ ସେକ୍ସନ ଫୋର୍ସ ସାଦା ପୋଷାକରେ ରହିବେ। ସେହିପରି ଜଣେ ଅତିରିକ୍ତ ପୁଲିସ ଅଧୀକ୍ଷକ, ୪ ଜଣ ଡିଏସ୍ପି, ୩ ଜଣ ଇନ୍ସପେକ୍ଟ, ୧୭ ଜଣ ଏସ୍ଆଇ/ଏଏସ୍ଆଇ, ୪ ଜଣ ହାବିଲଦାର, ୬ ଜଣ କନଷ୍ଟେବଳ, ୫୬ ଜଣ ଗୃହରକ୍ଷୀ, ୧୦ ଜଣ ଟ୍ରାଫିକ ପୁଲିସ ଉପସ୍ଥିତ ରହିବେ। ସୁରକ୍ଷା ପାଇଁ ବେରିକେଡ ଲାଗିସାରିଛି। ଅଲାରନାଥଙ୍କ ସାଧାରଣ ଦର୍ଶନ ସକାଳ ୬ଟାରୁ ଆରମ୍ଭ ହେବ। ମହାପ୍ରଭୁଙ୍କର ଏହି ପୀଠରେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କର ଭିଡ଼ ରହିବ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି।