ଡିସେମ୍ବର ୩୦ରେ ଖୋଲିବନି ଧାନମଣ୍ଡି

0

ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଅଦିନିଆ ବର୍ଷାରେ ଧାନଫସଲ ନଷ୍ଟ ସହିଥିବା ଚାଷୀଙ୍କୁ ଆଉ ଗୋଟେ ଝଟକା । ଚଳିତ ମାସ ୩୦ ତାରିଖରେ ଖୋଲିବନି ଧାନ ମଣ୍ଡି । ଏହା ପରିବର୍ତ୍ତେ ଜାନୁୟାରୀ ୭ ତାରିଖ ଦିନ ଗଜପତିରେ ଧାନ ମଣ୍ଡି ଖୋଲିବା ପାଇଁ ନିଷ୍ପତ୍ତି ହୋଇଛିଥିବାର ଜଣାଯାଇଛି । ଏନେଇ ଆଜି ଜିଲ୍ଲାସ୍ତରୀୟ ପ୍ରକ୍ୟୁରମେଣ୍ଟ କମିଟି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହ ଠାରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ, ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ଉପଜିଲ୍ଲାପାଳ ଅନୁପ ପଣ୍ଡା, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଫୁଲ କୁମାର ବେହେରା, ପାରଳାଖେମୁଣ୍ଡି ତହସିଲଦାର ନାରାୟଣ ବେହେରା ପ୍ରମୁଖଙ୍କ ସହ ଚାଷୀନେତା ସୂର୍ଯ୍ୟନାରାୟଣ ପଟ୍ଟନାୟକ, ମିଲ୍ ମାଲିକବୃନ୍ଦ ପ୍ରମୁଖ ଉପସ୍ଥିତଥିଲେ । ବୈଠକରେ ମୁଖ୍ୟ କରି ଧାନମଣ୍ଡି ଖୋଲିବା ପାଇଁ ଆଲୋଚନା ହୋଇଥିଲା । ଚଳିତ ମାସ ୩୦ତାରିଖରେ ଧାନମଣ୍ଡି ଖୋଲିବାପାଇଁ ନିଷ୍ପତ୍ତିରେ ପରିବର୍ତ୍ତନ କରାଯାଇ ଜାନୁୟାରୀ ୭ତାରିଖରେ ଜିଲ୍ଲାରେ ଧାନମଣ୍ଡି ଖୋଲିବ ବୋଲି ନିଷ୍ପତ୍ତି ହୋଇଥିବାର ଜଣାଯାଇଛି । ଅଦିନିଆ ବର୍ଷାରେ ଅମଳ ଧାନ ଗୁଡିକ ଭିଜିଯାଇଛି । ମଣ୍ଡି ଖୋଲିବା ଅବଧି ବଢାଇବା ଦ୍ବାରା ଧାନ ଶୁଖିବା ସହ ଏହାର ଗୁଣବତ୍ତା ବଢିବ । ଓଦା ଧାନକୁ ଚାଷୀ ମଣ୍ଡିକୁ ଧରି ଆସିବେ । ଓଦା ଧାନର ଗୁଣବତ୍ତା ନଥିବା ଯୋଗୁଁ ମଣ୍ଡିରେ ଗ୍ରହଣ ଯୋଗ୍ୟ ହେବ ନାହିଁ । ତେଣୁ ଏପରି ସମସ୍ୟାର ସମାଧାନ କରିବା ଲାଗି ଜିଲ୍ଲା ପ୍ରଶାସନ ଏବଂ ବୈଠକରେ ଉପସ୍ଥିତଥିବା ସମସ୍ତ ଜନପ୍ରତିନିଧି, ମିଲ୍ ମାଲିକ, ଚାଷୀ ନେତା ମାନେ ବିସ୍ତୃତ ଭାବେ ଆଲୋଚନା କରି ନିଷ୍ପତ୍ତି ନିଆଯାଇଥିବାର କୁହାଯାଇଛି । ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ଏପରି ତାରିଖ ପରିବର୍ତ୍ତନ କରିବା ଇଛା ନଥିଲେ ମଧ୍ୟ ବୈଠକରେ ଯାହା ନିଷ୍ପତ୍ତି ହୋଇଛି । କୃଷକଙ୍କ ସୁବିଧା ଲାଗି ଜିଲ୍ଲା ପ୍ରଶାସନ ବନ୍ଦୋବସ୍ତ କରୁଥିବାର ପ୍ରକାଶ କରିଛନ୍ତି । ଏନେଇ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ କହିଛନ୍ତି ଯେ ଅଦିନିଆ ବର୍ଷା ଯୋଗୁଁ ଚାଷୀମାନଙ୍କ କ୍ଷତି ଘଟିଛି । ଧାନ ଗୁଡିକ ତିନ୍ତିଯାଇଛି । ଯାହାଫଳରେ କି ଜଲଦି ଜଲଦି ଧାନ ମଣ୍ଡି ଖୋଲିଲେ ଓଦା ଧାନ ଗୁଡିକୁ ଚାଷୀମାନେ ମଣ୍ଡିରେ ଦେବେ । ଯାହାକି ଧାନର ମାନଦଣ୍ଡ କମିବ । ତେଣୁ ଆଉ ସାତ ଦିନ ଅଧିକା ସମୟ ମଧ୍ୟରେ ଚାଷୀମାନେ ଧାନକୁ ଶୁଖାଇ ଠିକ୍ ଠାକ୍ ଭାବେ ମଣ୍ଡିରେ ଦେବେ । ଫଳରେ ଉନ୍ନତ ମାନର ଧାନ ମଣ୍ଡିକୁ ଆସିବା ସହ ଚାଷୀମାନେ ସେମାନଙ୍କ ପ୍ରାପ୍ୟ ମୂଲ୍ୟ ପାଇବେ । ଏହା ସହ ଧାନମଣ୍ଡି ଖୋଲିବା ପାଇଁ କେତେକ ଅନ୍ୟାନ୍ୟ ସମସ୍ୟା ମଧ୍ୟ ରହିଛି । ତେଣୁ ଜାନୁୟାରୀ ୭ ତାରିଖରେ ମଣ୍ଡି ଖୋଲିଲେ ସୁରୁଖୁରୁରେ ଚାଷୀମାନେ ଧାନ ଦେଇପାରିବେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଗଜପତି ଜିଲ୍ଲାରେ ତେଲୁଗୁ ସମ୍ପ୍ରଦାୟର ଲୋକେ ବସବାସ କରୁଥିବା ଏବଂ ଗୋଷାଣି ଓ କାଶୀନଗର ବ୍ଲକରେ ଅଧିକାଂଶ ଚାଷୀ ତେଲୁଗୁ ସମ୍ପ୍ରଦାୟର ହୋଇଥିବା ଯୋଗୁଁ ପୋଙ୍ଗଲ ବା ମକର ସଂକ୍ରାନ୍ତି ପାଳନରେ ପ୍ରଭାବପଡିବାକୁ ନେଇ ଆଲୋଚନା ହେଉଛି । ଧାନ ବିକ୍ରିରେ ଯେଉଁ ଅର୍ଥ ଉପାର୍ଜନ କରିଥାନ୍ତି ସେହି ଅର୍ଥରେ ହିଁ ପର୍ବପର୍ବାଣିଠାରୁ ଆରମ୍ଭ କରି ବିଭିନ୍ନ ଖର୍ଚ୍ଚ କରିଥାନ୍ତି ଚାଷୀମାନେ । ତେଣୁ ସବୁ ଆଡୁ ଚାଷୀଗଣ ନିଶ୍ଚିତ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଥିବାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here