ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ବୟାନ,ଓଡ଼ିଶାରେ ଏତିକି ଆସନ ଜିତିବ,୨୦୨୪ରେ ବିଜେଡିକୁ ଚମକାଇବ ବିଜେପି ? ବିଜେଡି-ବିଜେପି ସମ୍ପର୍କ ନରମ କାହିଁକି ?ଆସନ୍ତା ଲୋକସଭା ନିର୍ବାଚନରେ ବିଜେପି, ଓଡ଼ିଶାରେ ଅତିକମରେ ୧୫ଟି ଆସନ ଜିତିବ । ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ ଦଳର ଭୋଟ୍ କେତେ ପ୍ରତିଶତ ବଢ଼ିବ ଓ ଅତିକମ୍ରେ କେତେ ଆସନ ଜିତିବ ସେନେଇ ଖୋଲା ମଞ୍ଚରେ କହିଛନ୍ତି ଧର୍ମେନ୍ଦ୍ରେ । ଏହି ସଂଖ୍ୟା ନିଶ୍ଚିତ ଭାବେ ବିଜେଡି ସହ ବହୁ ରାଜନୀତି ବିଶାରଦଙ୍କୁ ଚମକାଇବ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆଗାମୀ ଲୋକସଭା ନିର୍ବାଚନରେ ଓଡ଼ିଶାରେ ବିଜେପି ଅତିକମ୍ରେ ୧୫ ଆସନ ଜିତିବ । ଏହା ଦଳର ଭୋଟ୍ ପ୍ରତିଶତ ମଧ୍ୟ ବୃଦ୍ଧି ହୋଇ ୪୫% ହେବା ନେଇ ଆଶାବ୍ୟକ୍ତ କରିଛନ୍ତି ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର । ଆଉ ଏହି ଆକଳନ ଠିକ୍ ବୋଲି ସେ ବଳିଷ୍ଠ ଯୁକ୍ତି ମଧ୍ୟ ଦେଇଛନ୍ତି । ସାରା ଦେଶରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି । ଓଡ଼ିଶାରେ ମଧ୍ୟ ମୋଦିଙ୍କ ଆପ୍ରୁଭାଲ ରେଟ୍ ୮୦ ପ୍ରତିଶତ ଥିବା ଧର୍ମେନ୍ଦ୍ର କହିଛନ୍ତି । ଆଉ ନିକଟରେ ତିନିଟି ରାଜ୍ୟରେ ସରକାର ଗଠନ କରି ମୋଦିଙ୍କ ନୀତି ପ୍ରତି ଲୋକଙ୍କ ଆସ୍ଥାର ସଂକେତ ମଧ୍ୟ ମିଳିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।୨୦୧୪ରେ ଦଳ ଗୋଟିଏ ଲୋକସଭା ଆସନରେ ଜିତିଥିବା ବେଳେ ୨୦୧୯ରେ ଏହା ୮ରେ ପହଞ୍ଚିଥିଲା । ଏଥର ୧୫ରୁ କମ୍ ଆସନ ଜିତିବାର ଚାନ୍ସ ନାହିଁ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ନୂଆଦିଲ୍ଲୀରେ ଏକ ଜାତୀୟ ଗଣମାଧ୍ୟମର କାର୍ଯ୍ୟକ୍ରମରେ ଯୋଗଦେଇ ଏହି ବୟାନ ଦେଇଛନ୍ତି ଧର୍ମେନ୍ଦ୍ର । ଏହି ଅବସରରେ ବିଜେଡି-ବିଜେପି ପରସ୍ପର ପ୍ରତି ଏତେ ନରମ ଆଭିମୁଖ୍ୟ କାହିଁକି ରଖିଛନ୍ତି ବୋଲି ପ୍ରଶ୍ନର ଉତ୍ତର ଧର୍ମେନ୍ଦ୍ର ବଡ଼ ରୋଚକ ଢଙ୍ଗରେ ଦେଇଛନ୍ତି । ସେ କହିଛନ୍ତି ବିଜେପି ରାହୁଲ ଗାନ୍ଧି ବ୍ରାଣ୍ଡର ରାଜନୀତି କରେନି । ନିର୍ବାଚନ ଜିତିବାକୁ ହେଲେ ପ୍ରତିଦ୍ବନ୍ଦ୍ବୀଙ୍କୁ ଅପଶବ୍ଦ କହିବ ଆବଶ୍ୟକ ନୁହଁ । ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଭଳି କଟୁ ଶବ୍ଦ ବ୍ୟବହାର କରନ୍ତିନି । କିନ୍ତୁ ଦୁଇ ଦଳ ପ୍ରତିନ୍ଦ୍ବନ୍ଦ୍ବୀ ଏଥିରେ ଦ୍ବିମତ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି । ରାହୁଲ ଗାନ୍ଧିଙ୍କୁ ନେଇ କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ରାଜନୀତିରେ ରାହୁଲଙ୍କ ଭଳି ଗାଳି ଗୁଲଜ, ଆରୋପ ଓ ଅପଶବ୍ଦ ବ୍ୟବହାର କରିବା ଆବଶ୍ୟକ ନାହିଁ । ରାଜ୍ଯରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମର ପ୍ରତିଦ୍ବନ୍ଦ୍ବୀ ବୋଲି ଆମେ ଅପଶବ୍ଦ ବ୍ୟବହାର କରିବୁ, ଏହାର କୌଣସି ଯଥାର୍ଥତା ନାହିଁ । ବିଜେଡି ତାଙ୍କ ନୀତି ଆଦର୍ଶରେ ଚାଲିଛି । ଆମେ ଆମର ନୀତି ଆଦର୍ଶରେ ଚାଲିଛୁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ l