ବିପ୍ଲବୀ ପରିକ୍ରମା ବ୍ୟୁରୋ :- ବଡଓଳିଆ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ତରଫରୁ, କ୍ରିଷ୍ଣା ଡାଇଗ୍ନୋଷ୍ଟିକ ଓ ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସହାୟତାରେ, ଆରମ୍ଭ ହେଲା “ନିଦାନ ପରୀକ୍ଷା ସେବା”। ଯାହା ଦ୍ବାରା ଭୋଲାଗଡିଆ, କର୍କଚ୍ଚିୟା, ବାହାନଡା ଓ ଡେଙ୍ଗାମ ଅଞ୍ଚଳର ଅଧିବାସୀ ମାଗଣା ଥାଇରଡ, କିଡନୀ, ଲିଭର୍ ଓ ଅନ୍ୟାନ୍ୟ ରକ୍ତ ପରୀକ୍ଷାର ସୁବିଧା ବଡୋଳିଆ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ପାଇ ପାରିବେ। ବର୍ତ୍ତମାନ ଏହି ସୁବିଧା ସମସ୍ତ ସରକାରୀ କାର୍ଯ୍ୟରତ ଦିନରେ, ସକାଳ ବେଳା ଉପଲବ୍ଧ ରହିବ। ଏହା ଅଧୀନରେ ବଡଓଳିଆ ହସ୍ପିଟାଲ୍ ରେ ରକ୍ତ ନମୁନା ସଂଗ୍ରହ କରାଯାଇ, ବ୍ଲଡ଼ କ୍ୟାରିୟର ଦ୍ୱାରା ଡୁକୁରା ପଠା ଯିବ।
ଏହି ଅବସରରେ ଡ଼ ଅର୍ଜୁନ ସବ୍ୟସାଚୀ ଦାସ, ଡ଼ କିଶୋର କୁ ରାଉତ, ଆଲୋକ କୁମାର ରାଉତ, ବ୍ଲଡ଼ କାରିୟର ରାକେଶ ଦେହୁରୀ ପ୍ରମୁଖ ଉପସ୍ଥିତ ରହି, ଏହି ସେବାକୁ ଶୁଭାରମ୍ଭ କରିଛନ୍ତି। ଲୋକମାନଙ୍କ ପାଇଁ ଏହି ସୁବିଧା ଯୋଗାଇବାରେ ସାହାଯ୍ୟ କରିଥିବାରୁ ଡ. କିଶୋର ରାଉତ, ଡୁକୁରା ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ଼ ରବୀନ୍ଦ୍ରନାଥ ସିଂହ ଓ BPM ଶ୍ରୀମତୀ ସୀମା ରାଉତଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ ଲୋକମାନଙ୍କ ପାଇଁ ଜାତୀୟ ସ୍ତରର ସୁବିଧା ଯୋଗାଇବା ସହ, ଏହି ହସ୍ପିଟାଲ ଖୁବ୍ ଶୀଘ୍ର NQAS ମାନ୍ୟତା ପ୍ରାପ୍ତି ନିମନ୍ତେ ଚେଷ୍ଟା କରିବାକୁ ଆହ୍ଵାନ କରାଯାଉଅଛି।