ରାଜନୀତିରୁ ସନ୍ନ୍ୟାସ ନେଇଗଲେ କି ପାଣ୍ଡିଆନ 

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଦୀର୍ଘ ଅଢ଼େଇ ଦଶନ୍ଧି ଧରି କ୍ଷମତାସୀନ ବିଜେଡିର ଦୁର୍ଗକୁ ଧୂଳିସାତ୍ କରି ବିଜେପି ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ସରକାର ଗଢ଼ିବାକୁ ଯାଉଛି । ବିଜେଡିର ଏଭଳି ନିର୍ବାଚନୀ ବିପର୍ଯ୍ୟୟ ପାଇଁ ଦଳର ଦ୍ୱିତୀୟ କ୍ଷମତାକେନ୍ଦ୍ର ଭିକେ ପାଣ୍ଡିଆନଙ୍କୁ ସାଧାରଣରେ ଦାୟୀ କରାଯାଉଛି । ତେବେ ଗତ ଦୁଇଦିନ ଧରି ସେ ନିଖୋଜ ଥିବାବେଳେ ଆଜି ପାଣ୍ଡିଆନ ନିଜର ‘ଇନଷ୍ଟାଗ୍ରାମ’ ଆକାଉଣ୍ଟରୁ ‘ବିଜେଡି’କୁ ହଟାଇ ଦେଇଛନ୍ତି । ଆଜି ବିଜେଡି ନବନିର୍ବାଚିତ ବିଧାୟକମାନଙ୍କ ବୈଠକରେ ପାଣ୍ଡିଆନଙ୍କ ଅନୁପସ୍ଥିତି ଓ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ‘ବିଜେଡି’କୁ ହଟାଇ ପରୋକ୍ଷରେ ସେ ରାଜନୀତିରୁ ସନ୍ୟାସ ନେଇଥିବାର ସନ୍ଦେଶ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ପାଣ୍ଡିଆନ ତାଙ୍କର ଭେରିଫାଏଡ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ‘ଭିକେପାଣ୍ଡିଆନଡଟଓଡ଼ିଶା’ ପ୍ରୋଫାଇଲରେ ‘ବିଜେଡି’ର ସଦସ୍ୟ ବୋଲି ନିଜକୁ ଉଲ୍ଲେଖ କରିଥିଲେ । କିନ୍ତୁ ଆଜି ସେଥିରେ ପରିବର୍ତ୍ତନ କରି ‘ନବୀନ ପଟ୍ଟନାୟକଙ୍କ ସହ କାମ କରିବା ଏକ ଆଶୀର୍ବାଦ’ ବୋଲି ଲେଖିଛନ୍ତି । ହାସହିତ ‘ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ’ ସରକାରୀ ୱେବସାଇଟକୁ ପ୍ରୋଫଇଲରେ ରଖିଛନ୍ତି ।

ତେବେ ନବୀନ ଜୁନ୍ ୯ତାରିଖରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନନେଲେ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି ପାଣ୍ଡିଆନ ନିର୍ବାଚନୀ ପ୍ରଚାରବେଳେ ଘୋଷଣା କରିଥିଲେ । ନ ବୀନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ସମ୍ଭବତଃ ପାଣ୍ଡିଆନ ନିଜର କଥାକୁ ରଖି ‘ବିଜେଡି’ ରାଜନୀତିଠୁ ଦୂରେଇ ଯାଇଥିବା ଚର୍ଚ୍ଚା ହେଉଛି ।ମାତ୍ର ପାଣ୍ଡିଆନ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ପ୍ରୋଫାଇଲରେ ‘ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ’ର ୱେବସସାଇଟକୁ ଟ୍ୟାଗ୍ କରି ଏବେବି ସେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହ ଜଡ଼ିତ ଥିବାର ସନ୍ଦେଶ ଦେବାକୁ ପ୍ରୟାସ କରିଛନ୍ତି କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

LEAVE A REPLY

Please enter your comment!
Please enter your name here