ବାରିପଦା ( ବିପ୍ଲବୀ ପରିକ୍ରମା ):- ବାରିପଦା ସହର ଏବେ ସିସିଟିଭି ସ୍କାନରରେ ରହି ଅପରାଧି ମାନଙ୍କ ଗତିବିଧି ସହ ଅମାନିଆ ଗାଡି ଚାଳକଙ୍କ ଉପରେ ନଜର ରଖିବ। ଏନେଇ ବାରିପଦା ସହରରେ ସିସିଟିଭି ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ପୁର୍ବାଞ୍ଚଳ ଡିଆଇଜି ଭାବେ ଡ଼ଃ ସତ୍ୟଜିତ ନାଏକ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ କରି ଜିଲ୍ଲା ଗସ୍ତରେ ଆସି ବୁଧବାର ବାରିପଦା ସ୍ଥିତ ପୁଲିସ ମୁଖ୍ୟାଳୟରେ ଏହାର ଶୁଭାରମ୍ଭ କରିଛନ୍ତି।
ବାରିପଦା ସହରର ୧୩ଗୋଟି ମୁଖ୍ୟ ସ୍ଥାନରେ ୬୪ଗୋଟି ଶକ୍ତିଶାଳୀ ବୁଲେଟ ସିସିଟିଭି ଖଞ୍ଜା ଯାଇଛି। ଯାହାକି ସିଟି ସର୍ଭିଲେନ୍ସ ଯୋଜନାରେ ସହରର ତଦାରଖ କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି।