ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ଅଧିନ ବି.ସି ପୁର ଓ ଧାନଘେରା ପଞ୍ଚାୟତ ଅଧିନରେ ଥିବା ବିଭିନ୍ନ ଗ୍ରାମରେ ଦଳିତ ଆଦିବାସୀ ମହାସଂଘ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି । ଏହି ଅବସରରେ ଦଳିତ ଆଦିବାସୀ ମହାସଂଘର ସଭାପତି ରାକେଶ ସିଂ ଙ୍କ ନେତୃତ୍ଵରେ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା, ସୁବିଧା ଅସୁବିଧା ସଂମ୍ପର୍କରେ ଆଲୋଚନା କରିଥିଲେ। ତେବେ ଗତ କିଛିଦିନ ଧରି ଜିଲ୍ଲାରେ ଶୀତର ପ୍ରଭାବ କ୍ରମେ ବୃଦ୍ଧିପାଉଥିବାକୁ ଦୃଷ୍ଟିରେ ରଖି ସଂଘ ପକ୍ଷରୁ ୩୦୦ ରୁ ଉର୍ଦ୍ଧ କମ୍ବଳ ବଣ୍ଟନ କରାଯାଇଥିବା କଥା ସଂଘର ସଭାପତି ଶ୍ରୀ ସିଂ ପ୍ରକାଶ କରିଛନ୍ତି l
ତେବେ ରାକେଶ ଜଣେ ଉଚ୍ଚ ଶିକ୍ଷିତ,ସରଳ ହୃଦୟବାନ ବ୍ୟକ୍ତିତ୍ୱ ଏବଂ ତାଙ୍କର ଏଭଳି ସେବା ମନୋଭାବ କାର୍ଯ୍ୟକ୍ରମ ପାଇଁ ସେ ଗ୍ରାମବାସୀଙ୍କ ହୃଦୟରେ ବସା ବାନ୍ଧି ପାରିଛନ୍ତି ଏବଂ ସେ ନେତା ହେବାପାଇଁ ଉପଯୁକ୍ତ ବୋଲି କହିଛନ୍ତି ଗ୍ରାମବାସୀ ।