ବିପ୍ଲବୀ ପରିକ୍ରମା ଡିଜିଟାଲ:- ପାଞ୍ଚପୀଢ଼ ଉପଖଣ୍ଡର ୫ ଟି ବ୍ଲକରେ ଥିବା ସାର ଡିଲର ମାନଙ୍କୁ ଆଜି କୋରାମାଣ୍ଡେଲ ଇଣ୍ଟରନେସନାଲ ଲିମିଟେଡ଼ ଓ କୃଷି ବିଭାଗ ମିଳିତ ସହଯୋଗରେ କରଞ୍ଜିଆ ବ୍ଲକ ସମ୍ମିଳନୀ କକ୍ଷରେ ନୂତନ ଇ-ପିଓଏସ ମେସିନ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପରିଚାଳନା କରଞ୍ଜିଆ ବ୍ଲକ କୃଷି ଅଧିକାରୀ ଅଜିତ କୁମାର ମଲ୍ଲିକ କରିଥିବା ବେଳେ ଅତିଥି ମାନଙ୍କ ମଧ୍ୟରେ କରଞ୍ଜିଆ କୃଷି ଜିଲ୍ଲା ଅଧିକାରୀ ରବିନ୍ଦ୍ର ସାହୁ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମୟୂରଭଞ୍ଜ ତଥା ଯୋଜନା ଅଧିକାରୀ ରମ୍ୟରଞ୍ଜନ ମହାନ୍ତ, ରାଜ୍ୟ ମୋବିଓସେନ ଅଧିକାରୀ ଗୋବିନ୍ଦ ସାହୁ, କରୋମାଣ୍ଡେଲ ଇଣ୍ଟରନେସନାଲ ଲିମିଟେଡ଼ ଫିଲ୍ଡ ଅଫିସର ଶ୍ରୀକାନ୍ତ ମହାନ୍ତ,ଯଶିପୁର ବ୍ଲକ କୃଷି ଅଧିକାରୀ ରାଜେଶ କୁମାର ମହାପାତ୍ର, ରରୁଆଁ ବ୍ଲକ କୃଷି ଅଧିକାରୀ ରାଜେଶ କୁମାର ମହାପାତ୍ର, ଠାକୁରମୁଣ୍ଡା ବ୍ଲକ ସହକାରୀ କୃଷି ଅଧିକାରୀ ବିଶ୍ୱଭୂଷଣ ନାୟକ, ଶୁକୃଳି ବ୍ଲକ ସହକାରୀ କୃଷି ଅଧିକାରୀ ବିଦ୍ୟୁତ କୁମାର ସାହୁ, କରଞ୍ଜିଆ ସହକାରୀ କୃଷି ଅଧିକାରୀ ରଞ୍ଜିତା ମହାନ୍ତି,ଏଓ ଶିଲନ କୁମାର ଦାସ,ଏଓ ରଞ୍ଜନ କୁମାର ବେଉରିଆ,ବିଟିଏମ ପ୍ରମୋଦ କୁମାର ମହାନ୍ତ, ଏଟିଏମ ଶକ୍ତି କାନ୍ତ ସାମଲ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ କରଞ୍ଜିଆ, ଯଶିପୁର, ଶୁକୃଳି, ରରୁଆଁ ଓ ଠାକୁରମୁଣ୍ଡା ବ୍ଲକରେ ସାର ଡିଲର ମାନଙ୍କ ମଧ୍ୟରୁ ୨୮ ଜଣ ଡିଲରଙ୍କୁ ନୂତନ ଇ-ପିଓଏସ ମେସିନ ବଣ୍ଟନ କରାଯାଇଥିଲା। ଏହି କ୍ରମରେ କରଞ୍ଜିଆ, ଯଶିପୁର, ଶୁକୃଳି, ରରୁଆଁ ଓ ଠାକୁରମୁଣ୍ଡା ବ୍ଲକର ସାର ଡିଲର ମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ୩୩ ଟି ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୧ ଟି ମେସିନ ବଣ୍ଟନ କରାଯାଇଥିଲା ବୋଲି ସୂଚନା ମିଳିଛି।ଏହି କାର୍ଯ୍ୟକ୍ରମରେ ଏହି ନୂତନ ମେସିନର କାର୍ଯ୍ୟ କାରିତା ବିଷୟରେ ଅତିଥି ମାନେ ପ୍ରକାଶ କରିଥିଲେ।ଡିଲର ମାନଙ୍କ ସମସ୍ତ ନଥିପତ୍ର ଯାଞ୍ଚ୍ କରି ସେମାନଙ୍କୁ ଏହି ମେସିନ ବଣ୍ଟନ କରାଯାଇଥିଲା ବୋଲି ସୂଚନା ଦେଇଛନ୍ତି ଠାକୁରମୁଣ୍ଡା ବ୍ଲକ ସହକାରୀ କୃଷି ଅଧିକାରୀ ବିଶ୍ୱଭୂଷଣ ନାୟକ।