District BJD has strongly criticized the comments made by the BJP in the press conference yesterday

0

ବିଜେପି ପକ୍ଷରୁ ଗତକାଲି ସାମ୍ବାଦିକ ସମ୍ମିଳନୀରେ ଦିଆଯାଇଥିବା ମନ୍ତବ୍ୟ କୁ ତୀବ୍ର ସମାଲୋଚନା କରିଛି ଜିଲ୍ଲା ବିଜେଡି

 

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ଆଜି ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ବାସଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଲଗା ଯାଇଥିବା ସମସ୍ତ ଆରୋପକୁ ଖଣ୍ଡନ କରିଛନ୍ତି ଜିଲ୍ଲା କାର୍ଯ୍ୟକାରୀ ସଭାପତି ସିଏଚ. ଦିଲେଶ୍ୱର ରେଡି।ବିଜେଡି ଦଳ ଗୋଟେ ଶୃଙ୍ଖଳିତ ଦଳ ,ସର୍ବଦା ଶାନ୍ତି ଓ ଅହିଂସା କୁ ପଥେୟ କରିଛି। ନିର୍ବାଚନୀ ପରବର୍ତ୍ତୀ ହିଂସା କୁ ପ୍ରଶୟ ଦେଉଛି ବିଜେପି। ଗୋପାଳପୁର ବିଧାୟକ ତଥା ଖଣି ଓ ପରିବହନ ମନ୍ତ୍ରୀ ଙ୍କ ଇଙ୍ଗିତରେ ନିର୍ବାଚନ ମଣ୍ଡଳୀ ରେ ହିଂସା ବୃଦ୍ଧି ପାଇଛି।ତୁରନ୍ତ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବା ସହିତ ଅଞ୍ଚଳରେ ଶାନ୍ତି ବାଯାଏ ରଖିବାକୁ ଦାବି କରିଛି ଏହା ସହିତ ବିଜେପି ଦାବି କରିଥିବା ବିକ୍ରମ ପଣ୍ଡାଙ୍କ ସମ୍ପତ୍ତି କୁ ନେଇ ଭିଜିଲାନ୍ସ ତଦନ୍ତକୁ ମଧ୍ୟ ସ୍ୱାଗତ କରୁଛି ବିଜେଡି ବୋଲି ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି କହିଛନ୍ତି।

ଆଜିର ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ପରିଷଦ ଉପାଦକ୍ଷ ରାଜେଶ୍ୱରୀ ଦୋରା,ଉପ ମେୟର ଇ. ବିବେକ ରେଡି, ଯୁବ ବିଜେଡି ମହାନଗର ସଭାପତି ଅଜିତ ପଣ୍ଡା, ଯୁବ ବିଜେଡି ଜୋନାଲ ସଭାପତି ଜ୍ୟୋତି ରଞ୍ଜନ ସାହୁଙ୍କ ସମେତ ବହୁ ଜିଲ୍ଲା ପରିଷଦ ଓ ବିଜେଡି ନେତା ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here