ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ,ବ୍ରହ୍ମପୁର ଦ୍ୱାରା ଗୁରୁବାର ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ଡ଼ା ଭାଗ୍ୟଲକ୍ଷ୍ମୀ ରଥଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଦେବଶ୍ରୀ ସାହୁଙ୍କ ପରିଚାଳନାରେ ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବ୍ରହ୍ମପୁରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ଏହି ଦିବସ ଅବସରରେ”ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ” ଦିବସ ଉପରେ ଆଲୋଚନା ହେବା ସହ ପୋକସୋ ଆଇନ, ଜେଜେ ସିପିସି ଆଇନ,ପୋକସୋ ଆଇନ ଅନୁଯାୟୀ ନିର୍ଦ୍ଧାରିତ ପୀଡିତା କ୍ଷତିପୂରଣ” ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି, ଯେଉଁଥିରେ ଯୌନ ନିର୍ଯାତନା/ଅନ୍ୟାନ୍ୟ ଅପରାଧର ଶିକାର ମହିଳା/ଜୀବିତଙ୍କ ପାଇଁ NALSA ର କ୍ଷତିପୂରଣ ଯୋଜନା -୨୦୧୮ ବିଷୟରେ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ପରିବାର ଅଦାଲତ ବିଚାରପତି ଜାନକୀ ବିଶ୍ୱାଳ, ଦ୍ୱିତୀୟ ଅତିରିକ୍ତ ଜିଲ୍ଲା ଜଜ ଶ୍ରୀ ଆୟୁଷ୍ମାନ ମହନ୍ତ, ଦ୍ୱିତୀୟ ଅତିରିକ୍ତ ସିନିୟର ସିଭିଲ ଜଜ କମ ଜେଜେବି ମୁଖ୍ୟ ବିଚାରପତି ଶର୍ମିଷ୍ଠା ଦାସ, ଖଲ୍ଲିକୋଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ନାୟକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଦସ୍ୟା ଡ଼ା ମିନାକ୍ଷୀ ଦେବୀ, ସଦସ୍ୟା ସବିତା ସାହୁକାର, ପେନେଲ ଓକିଲ କୁମରେଶ ପଣ୍ଡା,ସଂଗ୍ରାମ ପ୍ରଧାନ, ପାରାଲିଗଲ ସ୍ବେଛାସେବୀଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ l ଉକ୍ତ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ଶ୍ରୀମତୀ ମନ୍ମୟୀ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ l