ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦଯାପିତ

0

ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନୂଆପଡ଼ା ଜିଲ୍ଲା ପୋଲିସ ପଡ଼ିଆ ଠାରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ମେଳା ଉଦଯାପିତ ହୋଇଯାଇଛି । ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରି ରାଜ୍ୟ ସରକାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ ନିମନ୍ତେ ବହୁ ପ୍ରକାର ଯୋଜନା କରୁଛନ୍ତି। ଏହା ଦ୍ବାରା ଲୋକମାନଙ୍କର ଆୟ ଦ୍ଵିଗୁଣିତ ହେବା ସଙ୍ଗେ ସଙ୍ଗେ ଆତ୍ମ ନିର୍ଭରଶୀଳ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ନୂଆପଡ଼ା ବିଧାୟକ ଙ୍କ ସହ ଅନେକ ଜନ ପ୍ରତିନିଧି ଯୋଗଦେଇ ଗୋ ପାଳନ, ଛେଳି ପାଳନ ଏବଂ କୁକୁଡ଼ା ପାଳନ କ୍ଷେତ୍ରରେ ଚାଷୀମାନେ କିପରି ନିଜକୁ ନିୟୋଜିତ କରି ଆର୍ଥିକ ସ୍ଥିତି ସୁଧାରି ପାରିବେ ସେ ବାବଦରେ ମତ ରଖିଥିଲେ। ଚାଷୀମାନେ କିପରି ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଆପଣେଇ ଆତ୍ମ ନିର୍ଭରଶୀଳ ହୋଇପାରିବେ, ଅଧିକ ଆର୍ଥିକ ଉପାର୍ଜନ କରିବାରେ ସକ୍ଷମ ହୋଇପାରିବ ସେ ବାବଦରେ ବିଶଦ ଆଲୋଚନା କରିଥିଲେ । ମେଳାର ବିଶେଷ ଆକର୍ଷଣ ସ୍ୱରୂପ ଜୀବନ୍ତ ମତ୍ସ୍ୟ ଓ ବିଭିନ୍ନ ପ୍ରାଣୀମାନେ ଯେପରି, ଗାଈ ବ୍ଲାକ ବେଙ୍ଗଲ ଛେଳି, ବନରାଜ କୁକୁଡ଼ା ଓ ବତକ ଇତ୍ୟାଦି ଙ୍କ ପ୍ରଦର୍ଶନୀ କରାଯାଇଥିଲା। ମେଳାର ସଫଳ ରୂପାୟନ ପାଇଁ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ପ୍ରଚେଷ୍ଟାକୁ ଉପସ୍ଥିତ ଅତିଥି ମାନେ ପ୍ରଶଂସା କରିଥିଲେ । ସରକାରଙ୍କର ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ବିଭିନ୍ନ ଷ୍ଟଲ୍ ର ପ୍ରଦର୍ଶନୀ ହୋଇଥିଲା। ଏହା ସହିତ ଗୋପୁଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ସଫଳ ପ୍ରାଣୀ ପାଳକ ଚାଷୀ ଓ SHG ମହିଳା ଙ୍କୁ ପ୍ରୋତ୍ସାହନ ରାଶି ସହ ସମ୍ମାନିତ କରାଯାଇଥିଲା । ଶେଷରେ ସରକାରଙ୍କର ବିଭିନ୍ନ ଯୋଜନାକୁ ଲୋକାଭିମୁଖୀ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ଚାଷୀ ମାନଙ୍କୁ ସଚେତନ କରାଯାଇ ଏହି କାର୍ଯ୍ୟକ୍ରମ ଦ୍ବାରା ଚାଷୀ ଆହୁରି ଆଗକୁ ଆସି ସରକାରୀ ସହାୟତା ର ଲାଭ ନେଇ ନିଜେ ଲାଭାନ୍ଵିତ୍ତ ହୋଇ ପାରିବେ ବୋଲି ନୂଆପଡ଼ା ଜିଲ୍ଲାପାଳ ପ୍ରକାଶ କରିଥିବା ବେଳେ ସମ୍ମାନିତ ହୋଇଥିବା ଚାଷୀ ମାନେ ନିଜେ ସମ୍ମାନିତ ହୋଇ ନିଜ କୁ ଗର୍ବିତ ମନେ କରୁଥିବା ବେଳେ ଆଗାମୀ ଦିନ ରେ ଜିଲ୍ଲା ଚାଷୀ ସମୂହ ଆଗକୁ ଆସି ସରକାରୀ ଯୋଜନା ର ଲାଭ ଉଠାଇବା କୁ ଚାଷୀ ମାନେ କହିଥିଲେ l

LEAVE A REPLY

Please enter your comment!
Please enter your name here