ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ଅନୁଷ୍ଠିତ

0

ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଓଡ଼ିଶା ଜୀବିକା ମିଶନ ଓ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି କର୍ମଶାଳାରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶଙ୍କର କେରକେଟା, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ପୃଥ୍ବୀରାଜ ମଣ୍ଡଳ, ପାରଳାଖେମୁଣ୍ଡି ପୌରପରିଷଦ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ଦେବୀ ଓ ଓଡ଼ିଶା ଜୀବିକା ମିଶନ ଜିଲ୍ଲା ପରିଚାଳକ ଟିମନ ଵାରା ପ୍ରମୁଖ ମଞ୍ଚାସିନ ଥିଲେ।

             ଏହି କର୍ମଶାଳାରେ ଗଜପତି ଜିଲ୍ଲାର ପ୍ରତ୍ୟେକ ବ୍ଲକର କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ଓ ଲକ୍ଷପତି ଦିଦି ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଲକ୍ଷ୍ୟପତି ଦିଦି ହେବର ନିଜର ସଫଲତା କାହାଣୀ ବିଷୟରେ ଅବଗତ କରାଇଥିଲେ । କମ୍ୟୁନିଟି ସପୋର୍ଟ ମାନେ ତୃଣମୂଳ ସ୍ତରରେ କିଭଳି ଅଧିକରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ହୋଇ ପାରିବେ ସେନେଇ ଉପଯୁକ୍ତ ପ୍ରଶିକ୍ଷଣ ଦେବା ସହ କର୍ମଶାଳାରେ ଆଲୋଚନା କରାଯାଇଥିଲା । ଯେଉଁ ମହିଳାମାନେ ଲକ୍ଷପତି ଦିଦି ହୋଇସାରିଛନ୍ତି ସେମାନେ ଏହି କର୍ମଶାଳରେ ଆଲୋଚନାରେ ଭାଗ ନେବା ସହ ଅନ୍ୟମାନଙ୍କୁ ଉତ୍ସାହିତ କରିଥିଲେ । ଲକ୍ଷପତି ଦିଦି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଲା ସ୍ଥାନୀୟ ଗ୍ରାମୀଣ ମହିଳାମାନଙ୍କୁ ଅର୍ଥନୈତିକ ସଶକ୍ତ କରିବା ଓ ବିଶେଷ କରି ସ୍ଵୟଂ ସହାୟକ ଗୋଷ୍ଠୀରେ ନିୟୋଜିତ ଥିବା ମହିଳା ଉଦ୍ୟୋଗି ମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତକରଣ କରି ପ୍ରୋତ୍ସାହିତ କରିବା ସହିତ ସ୍ଥାୟୀ ଜୀବିକା,ସାମାଜିକ ସଚେତନତା ଏବଂ ଗ୍ରାମୀଣ ଗରିବ ମହିଳା ମାନଙ୍କୁ ସୁଦୃଢ କରିବା।

ଏହି କର୍ମଶାଳାକୁ ଅଧିକ ଆକର୍ଷଣ କରିବା ପାଇଁ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ପରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିବା ୩୦ ଜଣ ମହିଳା ମାନଙ୍କୁ ଜିଲ୍ଲାପାଳଙ୍କ ଦ୍ଵାର ସମ୍ବର୍ଦ୍ଧିତ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here