ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ମାଣ୍ଡିଆ ଦିବସ ତଥା ଶ୍ରୀ ଅନ୍ନ ଓ ବିସ୍ତୃତ ଖାଦ୍ୟ ମେଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖାଦ୍ୟ ମେଳାରେ ମୁଖ୍ୟ ଅତିଥି ଭାବେ ଜି.ତିରୁପତି ରାଓ, ଅଧ୍ୟକ୍ଷ ,ଜିଲ୍ଲା ପରିଷଦ ଗଜପତି ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡ଼.ଗୁଣନିଧି ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଜପତି, ନିର୍ମଳା ସେଠୀ, ଅଧ୍ୟକ୍ଷା,ପୌର ପରିଷଦ ପାରଳାଖେମୁଣ୍ଡି, ଏ.ରାମ ପ୍ରସାଦ ପାତ୍ର, ପ୍ରମୁଖ ମଞ୍ଚାସିନ ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଥମେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀଯୁକ୍ତ ପାତ୍ର, ସ୍ୱାଗତ ଭାଷଣ ପ୍ରଦାନ କରି ମାଣ୍ଡିଆ ଚାଷର ପୃଷ୍ଠଭୂମି, ପ୍ରୋଟିନ୍, ଡାଏଟାରୀ ଫାଇବର, ପୁଷ୍ଟିସାର ଅନେକ ଭିଟାମିନ ରହିଅଛି। ବୋଲି ଅଭିଭାଷଣ ରଖିଥିଲେ l ଏହା ସହିତ ମଣ୍ଡିଆ ପ୍ରୋଟିନ୍,ଡାଏଟାରୀ ଫାଇବର ଏଵଂ ଆନେକ ପୁଷ୍ଟିକର ଗୁଣରେ ଭରପୁର ଅଟେ। ମାଣ୍ଡିଆରେ ଅନେକ ଭିଟାମିନର ଏକ ସମୃଦ୍ଧ ଉତ୍ସ ରହିଅଛି, ଏହା ଗ୍ଲୁଟେନ ମୁକ୍ତ, ରକ୍ତଶର୍କରା ଏଵଂ କୋଲେଷ୍ଟର ସ୍ତରକୁ ହ୍ରାସ କରେ,ଏହି ପୁଷ୍ଠି କର ଖାଦ୍ୟ ଶିଶୁର ଶାରୀରିକ, ମାନସିକ ବିକାଶ ଓ ଅଭିବୃଦ୍ଧି ପାଇଁ ଗୁରୁତ୍ଵ ପୂର୍ଣ୍ଣ ଅଟେ। lଜିଲ୍ଲା କୃଷି ବିଭାଗ ଦ୍ଵାରା ୧୦ ଗୋଟି ଷ୍ଟୋଲ କଲି ଚାଷୀମାନେ ମାଣ୍ଡିଆରୁ ବିଭିନ୍ନ ପ୍ରକାର ତିଆରି ହୋଇଥିବା ଜିନିଷ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲାର ଉତ୍କୃଷ୍ଟ ଶ୍ରୀ ଅନ୍ନ ଫସଲ ଚାଷୀ ଭାବରେ ୧୦ ଜଣଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଅମୂଲ୍ୟ କୁମାର ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଅତିରିକ୍ତ କୃଷି ଅଧିକାରୀ ତଥା ମିଲଟ୍ ମିଶନ ଅଧିକାରୀ ସଙ୍ଘମିତ୍ରା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।