ଜିଲ୍ଲା ସ୍ତରିୟ ଷ୍ଟକ୍ ହୋଲ୍‌ଡର ମାନଙ୍କ କର୍ମଶାଳା ଅନୁଷ୍ଠିତ

0

ଆସିକା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଚିନିଶିଳ୍ପ କୃଷକ ଭବନ ଠାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ, ଓଡିଶା ସରକାରଙ୍କ ଏବଂ ଆସିକା ସମବାୟ ଚିନିଶିଳ୍ପ ଲିଃ ପକ୍ଷରୁ ଜିଲ୍ଲା ସ୍ତରିୟ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ନେଇ ଆଖୁଚାଷର ଉନ୍ନତି ସକାଶେ ଅନୁଷ୍ଠିତ ହୋଇଥିଲା କର୍ମଶାଳା l

ଚିନିଶିଳ୍ପର ପରିଚାଳନା ପରିଷଦର ସଭାପତି ରବୀନ୍ଦ୍ର ପଣ୍ଡା , ପରିଚାଳନା ନିର୍ଦେଶକ ଡ଼ଃ ସୁଶାନ୍ତ କୁମାର ପଣ୍ଡା , ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ପଣ୍ଡା, ସମେତ ଓଡିଶା ସରକାରଙ୍କ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ବୈଜ୍ଞାନିକ ମାନଙ୍କ ସହ ଚାଷୀ ମାନେ ସିଧା ସଳଖ ନିଜ ନିଜ ର ଅସୁବିଧା ପାଚରି ସମାଧାନ ର ପନ୍ଥା ବାହାର କରିଥିଲେ l ଆଗାମୀ ଦିନ ମାନଙ୍କ ରେ କିପରି ଆଖୁଚାଷର ପ୍ରସାର ତଥା ଉନ୍ନତ ମାନର ଆଖୁ ଉତ୍ପାଦନରେ ଚାଷୀମାନଙ୍କୁ ସହାୟତା ମିଳିପାରିବ ସେ ସମ୍ପର୍କରେ ନିଜ ନିଜର ତଥ୍ୟ ପ୍ରଦାନ କରିଥିଲେ । କେନ୍ଦ୍ରର ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ରର ବ୍ୟାଙ୍କ ପରିଚାଳକ, ଉଠା ଜଳସେଚନ ବିଭାଗ ଏହି ଆଲୋଚନାରେ ଭାଗନେଇ ନୟାଗଡ ଆଖୁ ଗବେଷଣା ବୈଜ୍ଞାନିକ, ନାବାର୍ଡର ଜିଲ୍ଲା ଉନ୍ନୟନ ପରିଚାଳକ, ଜିଲ୍ଲା ଅଗ୍ରଣୀ ଅଧ୍ୟକ୍ଷଣ ଯନ୍ତ୍ରୀ, କୃଷି ଶିଳ୍ପ ନିଗମ ଜିଲ୍ଲା ପରିଚାଳକ, ଆସିକା ସମବାୟ ବ୍ୟାଙ୍କ୍ ମୁଖ୍ୟ ନିର୍ବାହୀ ଅଧ୍ଧରୀ, ବିଭିନ୍ନ ବ୍ଳକ୍ ଓ କୃଷି ଜିଲ୍ଲା ଅଧୁରୀ, ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନାର ଗଞ୍ଜାମ ଜିଲ୍ଲା ରିଲାଇନ୍ସ ସାଧାରଣ ବୀମା ଅଧିକାରୀମାନେ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ ।

LEAVE A REPLY

Please enter your comment!
Please enter your name here