ଗଜପତି ( ବିପ୍ଲବୀ ପରିକ୍ରମା ):- ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଗଜପତି ଦ୍ବାରା ଆଜି ସ୍ଥାନୀୟ ମହାରାଜା ଡାଇମଣ୍ଡ ଜୁବିଲି କୁଷ୍ଠାଶ୍ରମ, ପାରଳାଖେମୁଣ୍ଡି ଠାରେ ବିଶ୍ବ କୁଷ୍ଠରୋଗ ନିରାକରଣ ଦିବସ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ସଭାପତିତ୍ଵ ରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ନିର୍ମଳା ସେଠୀ, ଡଃ ପ୍ରଦୀପ କୁମାର ପାତ୍ର , ଡଃ ପ୍ରୋମଦ କୁମାର ପଣ୍ଡା ପ୍ରମୁଖ ମଞାସିନ ଅତିଥି ଭାବେ ଯୋଗଦେଇଥିଲେ।ଉକ୍ତ କାର୍ଯକ୍ରମରେ କୁଷ୍ଠ ରୋଗୀ ମାନଙ୍କ ନିମନ୍ତେ ଏକ ଦେୟମୁକ୍ତ ଚିକିତ୍ସା ଶିବିରର ଆୟୋଜନ କରାଯାଇ ଥିଲା।
ଉକ୍ତ କାର୍ଯ୍ୟକ୍ରମରେ କୁଷ୍ଠ ରୋଗ ନିରାକରଣ ନିମିତ୍ତ ଶପଥ ପାଠ କରାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କୁଷ୍ଠାଶ୍ରମ ର ୮ ଅନ୍ତେବାସୀ ଙ୍କୁ ଚପଲ ବଣ୍ଟନ କରାଯାଇଥିଲା। କାର୍ଯକ୍ରମରେ ଯୋଗ ଦେଇଥିବା ୩୦ କୁଷ୍ଠରୋଗୀଙ୍କୁ ସାଲ ବଣ୍ଟନ କରାଯାଇଥିଲା। କାର୍ଯକ୍ରମରେ ଯୋଗ ଦେଇଥିବା ସମସ୍ତ କୁଷ୍ଠରୋଗୀ, ଆଶା ଦିଦି, ଏଏନଏମ ଦି, ବ୍ଲକ ସ୍ତରୀୟ କୁଷ୍ଠରୋଗ ନିବାରଣ ସ୍ୱାସ୍ଥ୍ୟ କର୍ମୀ ଓ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ପ୍ରମୁଖ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।