ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ବଡ଼ ମେଡିକାଲ ଅଧ୍ୟକ୍ଷା ଡ଼ଃ ସୁଚିତ୍ରା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପରିବହନ ଖଣିଜ ସମ୍ପଦ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଯୋଗଦେଇ ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ବଡ଼ ମେଡ଼ିକାଲର ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ସମସ୍ତେ ଉଦ୍ୟମ କରିବାକୁ ସମସ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମକର୍ତ୍ତାକୁ କହିଥିଲେ ।
ସଂମ୍ମାନୀତ ଅତିଥି ଭାବେ, ଦିଗପହଣ୍ଡି ବିଧାୟକ ଡ଼ଃ ସିଦ୍ଧାନ୍ତ ମହାପାତ୍ର, ଡି.ଏମ.ଏଲ.ଟି ପ୍ରଫେସର ଡା. ସନ୍ତୋଷ ମିଶ୍ର, ଉପାଧକ୍ଷ ଡ଼ଃ ଦୁର୍ଗା ମାଧବ ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ। ବିଭାଗର ବହୁ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।