ଭୁବନେଶ୍ୱରରେ ପ୍ରଥମ ଥର ହେବ କୁକୁର ଗଣନା କାର୍ଯ୍ୟକ୍ରମ

0

ଭୁବନେଶ୍ୱର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଥର ହେବ କୁକୁର ଗଣନା । ଏନେଇ ପ୍ରକ୍ରିୟା ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ। ଉଭୟ ବୁଲା ଏବଂ ଗୃହପାଳିତ କୁକୁରଙ୍କୁ ଗଣନାରେ ସାମିଲ କରାଯିବ। ଆଉ କୁକୁର ଗଣନା ପରେ ହେବ ସେମାନଙ୍କର ବନ୍ଧ୍ୟାକରଣ। ତେବେ ଫେବୃଆରୀ ଶେଷ ସପ୍ତାହରୁ ପ୍ରକ୍ରିୟା ଆରମ୍ଭ ପାଇଁ ଭୁବନେଶ୍ୱର ମହାନଗର ନିଗମ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛି l କୁକୁରଙ୍କର ଏହି ଗଣନା ଖୋଦ ବିଏମସି ପକ୍ଷରୁ କରାଯିବ । ଆସନ୍ତା ଏକ ବର୍ଷରୁ ଦେଢ଼ ବର୍ଷ ମଧ୍ୟରେ ଭୁବନେଶ୍ୱରରେ ଥିଵା ସମସ୍ତ କୁକୁରଙ୍କର ଶେଷ ହେବ ଗଣନା। ଏଥିପାଇଁ ଟେଣ୍ଡର ଜରିଆରେ ସଂସ୍ଥା ଚୟନ କରୁଚି ଭୁବନେଶ୍ୱର ମହାନଗର ନିଗମ । ସଂସ୍ଥା ଚୟନ ହେବାପରେ ମହାନଗର ନିଗମର ୩ଟି ଜୋନରେ ଜୋନାଲ ଡେପୁଟି କମିଶନରଙ୍କ ତତ୍ୱାବଧାନରେ ସାନିଟେସନ ବିଭାଗର କର୍ମଚାରୀଙ୍କୁ ନେଇ ଗଠିତ ଟିମ କୁକୁର ଗଣନାରେ ଉକ୍ତ ସଂସ୍ଥାକୁ ସହଯୋଗ କରିବେ । ମହାନଗର ନିଗମର ସମସ୍ତ ୱାର୍ଡରେ ୱାର୍ଡସ୍ତରୀୟ ଗଣନାସହ ହସ୍ପିଟାଲ ଅଂଚଳ, ସ୍କୁଲ ଅଞ୍ଚଳକୁ ସ୍ୱତନ୍ତ୍ର ଭାବରେ ଗଣନାରେ ସାମିଲ କରାଯିବ। ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଭୁକ୍ତ ଅଞ୍ଚଳରେ କେତେ କୁକୁର ରହିଛନ୍ତି ତାର ହେବ ଗଣନା। ଗଣନାରେ ସାମିଲ ହୋଇଥିବା କୁକୁରଙ୍କୁ ଚି଼ହ୍ନଟ ପାଇଁ ଉକ୍ତ କୁକୁର ଦେହରେ କୌଣସି ପ୍ରକାର ସିମ୍ବଲ ମଧ୍ୟ ଦେବା ପାଇଁ ଚିନ୍ତା କରୁଛି ବିଏମସି। ଏହି ଗଣନାରେ ପ୍ରଥମେ ବୁଲାକୁକୁରଙ୍କ ଗଣନା କରାଯିବ। ଆଉ ତାପରେ ଗୃହପାଳିତ କୁକୁରଙ୍କ ପାଇଁ ବିଏମସି ଅନଲାଇନ ଯୋଗେ ରେଜିଷ୍ଟ୍ରସନ କରାଯାଇ ଗଣନା କରିବା ପାଇଁ ଯୋଜନା କରୁଛି।କୁକୁରଙ୍କ ଦୋୖରାତ୍ମ୍ୟରୁ ସହରୀ ଲୋକଙ୍କୁ ରକ୍ଷା କରିବା ପାଇଁ କୁକୁର ବନ୍ଧ୍ୟାକରଣ ପୂର୍ବରୁ ହେବ କୁକୁର ଗଣନା।

LEAVE A REPLY

Please enter your comment!
Please enter your name here