ପାରଳାଖେମୁଣ୍ଡି ( ବିପ୍ଲବୀ ପରିକ୍ରମା ):- ଆଜି ରେଳ ବିଭାଗ ପକ୍ଷରୁ ଜାରି ରହିଥିବା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ସମିକ୍ଷା କରିବା ନିମନ୍ତେ ପାରଳାଖେମୁଣ୍ଡିରେ ପହଁଚିଛନ୍ତି ଇଷ୍ଟକୋଷ୍ଟ ୱାଲ୍ଟିୟର ଡିଭିଜ୍ନର ଡି. ଆର୍. ଏମ୍ ସୌରଭ ପ୍ରସାଦ । ପ୍ଲାଟଫର୍ମର ଉନ୍ନତି କରଣ, ଲେବେଲ କ୍ରସିଙ୍ଗ ସହ ପାରଳାଖେମୁଣ୍ଡି ସ୍ଟେସନକୁ ଲମ୍ବା ପ୍ଲାଟପର୍ମ କରାଯିବ ଯେପରିକି ଅଧିକ ବଗି ଥିବା ଟ୍ରେନ ଗୁଡିକ ପାରଳାଖେମୁଣ୍ଡିକୁ ସମ୍ପ୍ରସାରଣ କରିହେବ । ଗୁଣୁପୁରୁ ଓ ଥେରୁବାଲି ରେଳ ରାସ୍ତା ସମ୍ପ୍ରସାରଣ ରେଲୱେ ବୋର୍ଡରେ ନିକଟରେ ତଦାରକ ଚାଲିଛି ଏବଂ ଏହାକୁ ରେଳମନ୍ତ୍ରୀ ନିଜେ ତଦାରକ କରୁଛନ୍ତି ଯଥାଶିଘ୍ର ଏହା ସମ୍ପ୍ରସାରଣ ହେବାର ସମ୍ଭାବନା ରହିଥିବା ଐିତିହ ସମ୍ପୁଣ୍ଣ ପାରଳାଖେମୁଣ୍ଡି ସ୍ଟେ୍ଟସନ ଏକ ନୁଆରୁପ ପାଇବ ସୁଚନା ଦେଇଛନ୍ତି ଡି. ଆର. ଏମ ।